୨୦୨୨-୨୩ ବଜେଟ୍, ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୯ରେ ବୈଠକ !

ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପାଇଁ ଅର୍ଥ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୯ତାରିଖରେ ବଜେଟ୍ ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ବଜେଟର ରୂପରେଖ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଟିକିନିଖି ଆଲୋଚନା ହେବ। ଏହାପରେ ଅର୍ଥ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯିବ। ତେବେ ସଂପ୍ରତି ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବାରୁ ବଜେଟ ଅଧିବେଶନ କାର୍ଯ୍ୟକ୍ରମ ତାହା ପରିସରଭୁକ୍ତ କି ନାହିଁ ଏନେଇ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଛି ବୋଲି ବିଭାଗର ଜଣେ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

prayash

ସୂଚନା ଅନୁଯାୟୀ ଆଗାମୀ ଆର୍ଥିକବର୍ଷରେ ବଜେଟର ଆକାର ପୂର୍ବବର୍ଷ ତୁଳନାରେ ୧୨ପ୍ରତିଶତ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିମଧ୍ୟରେ ସର୍ବାଧିକ ଗୁରୁତ୍ବ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସେବାକୁ ଦିଆଯିବାକୁ ରହିଛି। ଏହାବାଦ୍ ମହିଳା, ସାମାଜିକ କ୍ଷେତ୍ର ଓ ଭିତ୍ତିଭୂମିକୁ ଅଧିକ ଗୁରୁତ୍ବ ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ସରକାର ଆଭିମୁଖ୍ୟ ରଖିଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ବଜେଟ୍ ଅଧିବେଶନ ହେବାକୁ ବିଭାଗ ପ୍ରସ୍ତୁତି ହେଉଥିବାବେଳେ କେନ୍ଦ୍ର ବଜେଟ ଉପରେ ରାଜ୍ୟ ବଜେଟ୍ କେତେକାଂଶରେ ନିର୍ଭର କରୁଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ପ୍ରଥମେ ୧ ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ପାରିତ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଡିସେମ୍ବରରେ ୧୯ ହଜାର ୮୩୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅତିରିକ୍ତ ବଜେଟ୍ ପାରିତ କରିଛନ୍ତି।
ଏହି ଦୁଇଟି ପର୍ଯ୍ୟାୟରେ ସରକାର ପ୍ରାୟ ୧ ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତି କରିଛନ୍ତି। ହେଲେ ଇତିମଧ୍ୟରେ ସମ୍ପୂର୍ଣ୍ଣ ବଜେଟ ଅର୍ଥ ମଧ୍ୟରୁ ଖର୍ଚ୍ଚ ୫୫ ପ୍ରତିଶତ ଡେଇଁ ନାହିଁ। ଅନ୍ୟପକ୍ଷରେ ଚଳିତବର୍ଷ ଦ୍ରବ୍ୟ ଓ ସେବା କର(ଜିଏସଟି) ଏବଂ ଖଣି ନିଲାମ ରାଜସ୍ବ ବୃଦ୍ଧି ପାଇଥିବାରୁ ସ୍ବାସ୍ଥ୍ୟ ଓ ସାମାଜିକ ଭିତ୍ତିଭୂମି ସୁଦୃଢ଼ ଲାଗି ସରକାର ବିନିଯୋଗ ଉପରେ ବ୍ୟାପକ ଗୁରୁତ୍ବ ଦେଉଥିବା ଜଣାଯାଇଛି।

kalyan agarbati

Comments are closed.