QNETIC – Mobile

ଗଞ୍ଜାମ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ମୋ ସ୍କୁଲର ରାଜ୍ୟ ଉପଦେଷ୍ଟା

ଗଞ୍ଜାମ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ମୋ ସ୍କୁଲ ର ଓଡ଼ିଶାର ରାଜ୍ୟ ଉପଦେଷ୍ଟା ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ଉପେନ୍ଦ୍ର କୁମାର ତ୍ରିପାଠୀ ଗଞ୍ଜାମ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରଛନ୍ତି। ତାଙ୍କ ସହ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି , ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ , ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅବିନାଶ ଶତପଥୀ ପ୍ରମୁଖ ଏହି ଟିମ୍ ଗଞ୍ଜାମ ବ୍ଲକର ବିଭିନ୍ନ ଅଂଚଳ ଯଥା ପାଲଙ୍ଗ ପଞ୍ଚାୟତର ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ବିରଞ୍ଚିନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଏବଂ କହକପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟର ନୂତନ କୋଠା ପ୍ରଭୃତି ପରିଦର୍ଶନ କରିଥିଲେ। ପାଲଙ୍ଗ ଉଚ୍ଚ ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥା ଦେଖି ସେ ଦୁଃଖ ପ୍ରକାଶ କରିବା ସହ ଏହି ବିଦ୍ୟାଳୟ ଦଶମ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ କରିଥିବାରୁ ଏହା ପ୍ରତି ସ୍ୱତନ୍ତ୍ର ଅନୁଦାନ ପ୍ରଦାନ ନିମନ୍ତେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଗଞ୍ଜାମଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସ୍କୁଲ ରୂପାନ୍ତରଣ ଅଧିନରେ ଏହି ବିଦ୍ୟାଳୟ ପ୍ରତି ସ୍ୱତନ୍ତ୍ର ଅନୁଦାନ ପ୍ରଦାନ ନିମନ୍ତେ ଆନ୍ତରିକ ଉଦ୍ୟମ କରିବାକୁ କହିଛନ୍ତି। ଏଥିସହିତ ପାଲଙ୍ଗ ବିରଞ୍ଚିନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀର ଚିତ୍ରକଳା ଓ ମୋ ସ୍କୁଲ ଆନୁକୁଲ୍ୟରେ ଡୁଆଲ୍ ବେଞ୍ଚ୍ , ପ୍ରାଥମିକ ବିଦ୍ୟାଳୟର ଡୁଆଲ୍ ବେଞ୍ଚ୍ ଏବଂ ଏହାର ଆଧୁନିକରଣ, କହକପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ନିର୍ମାଣର ସମୀକ୍ଷା କରିଛନ୍ତି। ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
ଏହି ଉଚ୍ଚ ପଦାଧିକାରୀସହ ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ପାଲଙ୍ଗର ପ୍ରଧାନ ଶିକ୍ଷକ ଶକ୍ତି ପ୍ରସାଦ ମହାପାତ୍ର,ପାଲଙ୍ଗ କ୍ଲଷ୍ଟର ସିଆର୍ସିସି ରମେଶ ଚନ୍ଦ୍ର ବେହେରା, ପାଲଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ବେହେରା ଏବଂ କହକପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ. ଭୀମସେନ ଦୋରା ପ୍ରମୁଖ ଉପସ୍ଥିତ ରହିବା ସହ ସ୍ୱାଗତ ଜଣାଇଥିଲେ।

Comments are closed.