www.samajalive.in
Saturday, December 6, 2025
26.1 C
Bhubaneswar

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

ଡେସ୍କ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ନିମନ୍ତେ ଏପ୍ରିଲ ୨୬ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୨୭ ତାରିଖ ସମୟ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ଆସନ୍ତା ୧୩ ତାରିଖରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହେବ। ଲୋକସଭା ଆସନଗୁଡିକ ହେଉଛି କଳାହାଣ୍ଡି (୧୧), ନବରଙ୍ଗପୁର (୧୨), ବ୍ରହ୍ମପୁର (୨୦) ଓ କୋରାପୁଟ (୨୧)।

ସେହି ଆସନଗୁଡିକ ହେଉଛି, ୭୧-ନୂଆପଡା, ୭୨-ଖରିଆର, ୭୩-ଉମରକୋଟ, ୭୪-ଝରୀଗାଁ, ୭୫-ନବରଙ୍ଗପୁର, ୭୬-ଡାବୁଗାଁ, ୭୭-ଲାଞ୍ଜିଗଡ଼, ୭୮-ଜୁନାଗଡ଼, ୭୯-ଧର୍ମଗଡ଼, ୮୦-ଭବାନୀପାଟଣା, ୮୧-ନର୍ଲା, ୧୨୭-ଛତ୍ରପୁର, ୧୩୨-ଗୋପାଳପୁର, ୧୩୩-ବ୍ରହ୍ମପୁର, ୧୩୪-ଦିଗପହଣ୍ଡି, ୧୩୫-ଚିକିଟି, ୧୩୬-ମୋହନା, ୧୩୭-ପାରଳାଖେମୁଣ୍ଡି, ୧୩୮-ଗୁଣୁପୁର, ୧୩୯-ବିଶ୍ୱସଂ କଟକ, ୧୪୦-ରାୟଗଡା, ୧୪୧-ଲକ୍ଷ୍ମୀପୁର, ୧୪୨-କୋଟପାଡ଼, ୧୪୩-ଜୟପୁର, ୧୪୪-କୋରାପୁଟ, ୧୪୫-ପଟ୍ଟାଙ୍ଗି, ୧୪୬-ମାଲକାନଗିରି ଓ ୧୪୭-ଚିତ୍ରକୋଣ୍ଡା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories