www.samajalive.in
Sunday, December 7, 2025
26.1 C
Bhubaneswar

ଖୁବ ଶୀଘ୍ର ମୁକ୍ତିଲାଭ କରିବ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’, ରିଲିଜ ହେଲା ଅଡିଓ

ଡେସ୍କ: ବହୁତ ଜଲଦି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି ଭିନ୍ନ ଏକ ପ୍ରେମ କାହାଣୀ କୁ ନେଇ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’। ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ। ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ‘ତୁ ସେଇ ନୀଳ ନୟନା।

ଆଜି ଚଳଚ୍ଚିତ୍ର ‘ତୁ ସେଇ ନୀଳ ନୟନା’ର ଅଡିଓ ସିନେପଲିସ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ବିନି ପଟ୍ଟନାୟକ ଫିଲ୍ମସର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡ‍ଃ ରଜନୀ ରଞ୍ଜନ ଓ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ଚଳଚ୍ଚିତ୍ରର ଅଭିନେତ୍ରୀ ଲିପିକା ସେନାପତି, ଅମର ମହାପାତ୍ର ଓ ଉପଦେଷ୍ଠା ସଚ୍ଚିକାନ୍ତ ଜେନା ପ୍ରମୁଖ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ।

- Advertisement -

ଏହି ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ। ବିନି ପଟ୍ଟନାୟକ ପ୍ରଯୋଜିତ ଏହି ଫିଲ୍ମର ସହ ପ୍ରଯୋଜକ ହେଉଛନ୍ତି ମୋହିତ ପଟ୍ଟନାୟକ। ଫିଲ୍ମର ମୁଖ୍ୟ ଊପଦେଷ୍ଟା ତ୍ରିନାଥ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ ହୋଇଥିବା ବେଳେ ଊପଦେଷ୍ଟା ଭାବରେ ମନସା ମୟୁରୀ, ବୃନ୍ଦାବନ ମିଶ୍ର, ସଞ୍ଜିତ ନାୟକ ଓ ମନୋଜ ସ୍ବାଇଁ ଅଛନ୍ତି ଓ ଏଥିରେ ବିଶେଷ ସହଯୋଗ କରିଛନ୍ତି ସଚ୍ଚିକାନ୍ତ ଜେନା।

ଫିଲ୍ମର ନିର୍ଦ୍ଦେଶକ ତ୍ରିପତୀ ସାହୁ କହିଛନ୍ତି, ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ। ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ’ତୁ ସେଇ ନୀଳନୟନା’ ନିଶ୍ଚିତ ଭାବରେ ଓଡିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ସେ କହିଛନ୍ତି। ଫିଲ୍ମର ସଂଳାପ ଡକ୍ଟର ରଜନୀ ରଞ୍ଜନ ଲେଖିଥିବା ବେଳେ ଫିଲ୍ମର ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ସ୍ବର ଦେଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢୀ, ସ୍ୱୟଂ ପାଢୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ।

ପ୍ରେମ, ପ୍ରଣୟ ଓ ଭଲପାଇବାର ସ୍ପର୍ଶରେ ପଥର କିପରି କୋମଳ ଫୁଲରେ ପରିବର୍ତ୍ତନ ହୁଏ ତାହା ଏହି ଫିଲ୍ମରେ ଦର୍ଶକ ଦେଖିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍। ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ,ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଓଡ଼ିଶାର ଅଗଣିତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ଚାହିଦା ପୂରଣ ପାଇଁ ଖୁବ୍ ଶୀଘ୍ର ଆସୁଅଛି ଫିଲ୍ମ ‘ତୁ ସେଇ ନୀଳ ନୟନା’ ବୋଲି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା‌ ଦେଇଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories