www.samajalive.in
Wednesday, December 10, 2025
14.1 C
Bhubaneswar

ସାମ୍ନାକୁ ଆସିଲା ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌

ଭୁବନେଶ୍ୱର: ଚର୍ଚ୍ଚିତ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ନାୟିକା ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି। ପୋଷ୍ଟର ଟି ସୁଦୃଶ୍ୟ ହେବା ସହ ଆକର୍ଷଣୀୟ ହୋଇପାରିଛି। ‘ରକ୍ତ ଗୋଲାପ ‘ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ। ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂ। ପୂର୍ବରୁ ‘ଚରିତ୍ର’ (୨୦୨୦), ‘ଡାଲଚିନି’ (୨୦୨୨) ଓ ‘ଫାଲଗୁନ ଚୈତ୍ର’ର ନିର୍ଦ୍ଦେଶନା ଦେଇ ବେଶ ସଫଳତା ହାସଲ କରିଛନ୍ତି ଏହି ନିର୍ଦ୍ଦେଶକ ଯୋଡି। ପ୍ରେମ ଓ ତ୍ୟାଗର ମହନୀୟତା ସାଥିରେ ନ୍ୟାୟିକ ଲଢେଇ ଉପରେ ପର୍ଯ୍ୟବସିତ ଏହାର କାହାଣୀ। ଜଣେ ନାରୀ କିଭଳି ନିଜ ପରିବାରର ସୁରକ୍ଷା ପାଇଁ ଏକ ବଡ ଆହ୍ୱାନକୁ ଗ୍ରହଣ କରିନିଏ ଏଥିରେ ତାର ନିଛକ ଅବତାରଣା ରହିଛି।

ଏଲିନାଙ୍କ ବ୍ୟତୀତ ଅଭିଷେକ ଗିରି, ସମରେଶ ରାଉତରାୟ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ ଓ ଉଦିତ ଗୁରୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ‘ରକ୍ତ ଗୋଲାପ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ। ଚିତ୍ରନାଟ୍ୟ ତଥା ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାସ ଓ ଅନିଲ ବାରିକ। କ୍ୟାମେରା ପରିଚାଳନା କରିଛନ୍ତି ଯୁଧିଷ୍ଠିର ବେହେରା। ସମ୍ପାଦନାରେ ଅଛନ୍ତି ଅଙ୍କିତ ବିଦ୍ୟାଧର। ଶବ୍ଦସଜାରେ ଶକ୍ତି ସ୍ୱରୂପ ଦ୍ବିବେଦୀ ଥିବା ବେଳେ କଳା ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମହାନ୍ତି। ବିତରଣ ଦାୟିତ୍ୱ ବହନ କରିଛନ୍ତି ରାଜଶ୍ରୀ।’ରକ୍ତ ଗୋଲାପ’ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories