www.samajalive.in
Sunday, December 7, 2025
18.1 C
Bhubaneswar

ଓଡ଼ିଆ କ୍ରିକେଟର ଶୁଭ୍ରାଶୁଂ ସେନାପତିଙ୍କୁ ୨୦ଲକ୍ଷରେ କିଣିଲା ଚେନ୍ନାଇ ସୁପରକିଙ୍ଗ

ବାଙ୍ଗାଲୋର : ଦ୍ବିତୀୟ ଦିନ ପାଇଁ ବିଶ୍ବର ସବୁଠାରୁ ଧନଶାଳୀ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ମେଗା ନିଲାମ ୨ୟ ଦିନ ପାଇଁ ଜାରି ରହିଛି। ଏଥିରେ ଓଡ଼ିଆ କ୍ରିକେଟର ଶୁଭ୍ରାଶୁଂ ସେନାପତି ଚେନ୍ନାଇ ସୁପରକିଙ୍ଗରେ ସ୍ଥାନ ପାଇଛନ୍ତି । ଚେନ୍ନାଇ ସୁପରକିଙ୍ଗ ଶୁଭ୍ରାଶୁଂଙ୍କୁ ୨୦ଲକ୍ଷରେ କିଣିଛି। ଯାହା ଓଡିଆ କ୍ରିକେଟପ୍ରେମୀଙ୍କ ମନରେ ଆନନ୍ଦ ଆଣି ଦେଇଛି । ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ବର୍ତ୍ତମାନ ଓଡ଼ିଶା ରଣଜୀ ଦଳର ନେତୃତ୍ବ ନେଉଛନ୍ତି।

ଚଳିତ ବର୍ଷ  ଆଇପିଏଲ୍‌ରେ ୧୦ଟି ଦଳ ଖେଳିବାକୁ ଥିବାରୁ ଅଧିକ ଖେଳାଳୀ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ରବିବାର ନିଲାମର  ଦ୍ବିତୀୟ ଦିନରେ ବାକି ରହିଯାଇଥିବା ଖେଳାଳୀଙ୍କ ନିଲାମ କରାଯାଉଛି । ଦ୍ୱିତୀୟ ଦିନରେ ପଞ୍ଜାବ କିଙ୍ଗସ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଲିଆମ ଲିଭିଂଷ୍ଟୋନଙ୍କୁ ସବୁଠାରୁ ଦାମୀ ଖେଳାଳୀ ଭାବେ ୧୧.୫୦ କୋଟିରେ କିଣିଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories