www.samajalive.in
Sunday, December 7, 2025
13.1 C
Bhubaneswar

ନର୍ସମାନେ ଚିକିତ୍ସା କ୍ଷେତ୍ରର ମେରୁଦଣ୍ଡ – ଅମିତ ଶାହା

ସମାଜ ପୋର୍ଟାଲ ଡେସ୍କ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନର୍ସମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ଆଜି ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ବିଶ୍ୱରେ ଲୋକମାନଙ୍କର ସେବା କରୁଥିବା ସମସ୍ତ ନର୍ସମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ନର୍ସମାନେ ଆମ ଚିକିତ୍ସା କ୍ଷେତ୍ରର ମେରୁଦଣ୍ଡ ସଦୃଶ ଓ କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସେମାନଙ୍କର ଭୂମିକା ଅତୁଳନୀୟ। ସେ କହିଛନ୍ତି, ଭାରତ ଏହାର ନର୍ସମାନଙ୍କର ଅକ୍ଳାନ୍ତ ଉଦ୍ୟମ ପାଇଁ ସେମାନଙ୍କୁ ନତମସ୍ତକ ହୋଇ ଅଭିବାଦନ ଜଣାଉଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ସବୁଠୁ ଆଗରେ ରହି କାର୍ଯ୍ୟ କରୁଥିବା ନର୍ସମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ଡକ୍ଟର ହର୍ଷବର୍ଦ୍ଧନ ଟ୍ୱିଟ୍‍ କରି ନର୍ସମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ନର୍ସମାନେ ସେମାନଙ୍କର ନିଜର ଜୀବନକୁ ଖାତିର ନ କରି ଲୋକମାନଙ୍କର ସେବା ପାଇଁ ନିଜକୁ ନିୟୋଜିତ କରି ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୦ମସିହାକୁ ନର୍ସ ଓ ଧାଇମାନଙ୍କ ବର୍ଷ ଭାବେ ଘୋଷଣା କରିଛି। ଫ୍ଲୋରେନ୍ସ ନାଇଟ୍‍ଆଙ୍ଗଲଙ୍କ ୨୦୦ତମ ଜୟନ୍ତୀ ଉପଲକ୍ଷେ ଡବ୍ଲ୍ୟୁଏଚ୍‍ଓ ଏହି ଘୋଷଣା କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories