www.samajalive.in
Sunday, December 7, 2025
14.1 C
Bhubaneswar

ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଯାଦବ ସମାଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି।  ଯାଦବ ସମାଜର ବିଭିନ୍ନ ସମସ୍ୟା ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା । ସମସ୍ୟା ସମ୍ପର୍କରେ ଅଗାମୀ ଦିନରେ ଜିଲ୍ଲା ପ୍ରଶାସନ ନିକଟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି  କୁହାଯାଇଛି । ଏହି କାର୍ଯ୍ୟକ୍ରମ ରେ ଯାଦବ ସମାଜ ସଭାପତି ଭଗତ ଗୌଡ଼, ଉପସଭାପତି ଚକ୍ରଧର ଗୌଡ଼ , ସମ୍ପାଦକ ଓ କୋଷାଧ୍ୟକ୍ଷ ବଳରାମ ଗୌଡ଼, ସହ ସମ୍ପାଦକ ଚକ୍ରଧର ଗୌଡ଼ , ମୁରଲୀ ପୂଜାରୀ , ରାମ ପୂଜାରୀ , କୋଷାଗୁମୁଡା ସରପଞ୍ଚ ନେତୁ ପୂଜାରୀ , ଗଙ୍ଗାଧର ଗୌଡ଼ , ବାସୁଦେବ ଗୌଡ଼ , ଚନ୍ଦ୍ରଶେନ ଗୌଡ଼ , ଡୁମର ଗୌଡ଼ , ଲଚିମନାଥ ଗୌଡ଼ , ଟିକିଦାଶ୍ ଗୌଡ଼ , ଭଗବାନ ଗୌଡ଼ , ଗୁରୁବନ୍ଧୁ ଗୌଡ଼ , ଜଗନ୍ନାଥ ଗୌଡ଼ , ଦୟାରାମ ଗୌଡ଼ ଓ ଅନ୍ୟାନ୍ୟ ସମାଜର ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମ ରେ ଅଞ୍ଚଳର ଶତାଧିକ ମହିଳା , ପୁରୁଷ ଓ ଛୋଟ ପିଲା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories