www.samajalive.in
Sunday, December 7, 2025
13.1 C
Bhubaneswar

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି: ୧୨ ସୁଦ୍ଧା ଏନଡିଏ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିସନ(ଇସି)ଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସି ପୂର୍ବରୁ ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ କରାଯାଇଛି। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବାବେଳେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଅଗଷ୍ଟ ୨୫କୁ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୯ରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।
ତେବେ ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଚଳିତମାସ ୧୨ ସୁଦ୍ଧା ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ଘୋଷଣା କରାଯିବ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ଏନଡିିଏର ବୈଠକ ଅନୁଷ୍ଠିତ ହୋଇ ଏ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଜେ.ପି.ନଡ୍ଡାଙ୍କୁ ଏନଡିଏ ପ୍ରାର୍ଥୀ ମନୋନୟନ ଦାୟିତ୍ବ ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସହମତି ଭିତ୍ତିରେ ଉପରାଷ୍ଟ୍ରପତି ନିର୍ବାଚନ କରିବାକୁ ବିରୋଧୀ ଦଳଙ୍କ ସହ କୌଣସି ଆଲୋଚନା ହୋଇଛି କି ନାହିଁ ବୋଲି ପ୍ରଶ୍ନ ହେବାରୁ ରିଜିଜୁ ଏହାକୁ ଖଣ୍ଡନ କରିଛନ୍ତି। ଯଦି ବିରୋଧୀ ଦଳ କୌଣସି ଆଲୋଚନା ପାଇଁ ଆସନ୍ତି, ତେବେ ଏନଡିଏ ଏଥିପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଗୁରୁବାର ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଜେଡିୟୁର ଲଲନ ସିଂହ, ଶିବସେନା (ସିନ୍ଦେ ଗୋଷ୍ଠୀ)ର ଶ୍ରୀକାନ୍ତ ସିନ୍ଦେ, ତେଲୁଗୁ ଦେଶମ୍‌ର ଶ୍ରୀକୃଷ୍ଣ ଦେବରାୟାଲୁ ଏବଂ ଏଲଜେପି (ରାମବିଳାସ ଗୋଷ୍ଠୀ)ର ଚିରାଗ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭା ଓ ରାଜ୍ୟସଭା ସାଂସଦ (ଉଭୟ ନିର୍ବାଚିତ ଓ ମନୋନୀତ)ଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଏହି ପ୍ରକ୍ରିୟାରେ ମତଦାନ କରିଥାନ୍ତି। ଇସିଙ୍କ ପକ୍ଷରୁ ଇତିମଧ୍ୟରେ ଇଲେକ୍ଟୋରାଲ କଲେଜ ଗଠିତ ହୋଇସାରିଛି। ପୁନଶ୍ଚ ଏହି ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ନିଜ ସାଂସଦଙ୍କୁ ହୁଇପ୍‌ ଜାରି କରିପାରିବେ ନାହିଁ ବୋଲି ଜଣାପଡିଛି। ଲୋକସଭାର ମୋଟ ୫୪୩ ଆସନରୁ ଗୋଟିଏ ଖାଲିପଡିଥିବାବେଳେ ରାଜ୍ୟସଭାର ୨୪୫ ମଧ୍ୟରୁ ୫ଟି ଆସନ ଖାଲିପଡିଛି। ଏହି ପରିପ୍ରେକ୍ଷୀରେ ଇଲେକ୍ଟୋରାଲ କଲେଜରେ ସାଂସଦଙ୍କ ସଂଖ୍ୟା ୭୮୨ ରହିଛି। ବିଜୟୀ ପ୍ରାର୍ଥୀଙ୍କୁ ଅତିକମରେ ୩୯୧ ଭୋଟ ହାତେଇବାକୁ ପଡିବ। ବିଜେପି ନେତୃତ୍ବାଧୀନ ଏନଡିଏର ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ଥିବାରୁ ସେମାନଙ୍କ ମନୋନୀତ ପ୍ରାର୍ଥୀ ଜିତିବା ନିଶ୍ଚିତ ଜଣାପଡୁଛି।

- Advertisement -

ସୂଚନାଯୋଗ୍ୟ ଜଗଦୀପ ଧନକଡ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ଉପରାଷ୍ଟ୍ରପତି ପଦରୁ ହଠାତ୍‌ ଇସ୍ତଫା ଦେଇଥିବାରୁ ନିର୍ବାଚନ ଜରୁରୀ ହୋଇପଡିଛି। ଧନକଡଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଥିଲା। ସମ୍ବିଧାନର ଧାରା ୬୮ (ଉପଧାରା ୨) ଅନୁଯାୟୀ ଯଦି ପଦାଧିକାରୀଙ୍କ ମୃତ୍ୟୁ, ଇସ୍ତଫା, ବହିଷ୍କାର କିମ୍ବା ଅନ୍ୟ କାରଣରୁ ଉପରାଷ୍ଟ୍ରପତି ପଦ ଖାଲିପଡେ, ତେବେ ଅବିଳମ୍ବେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନବ ନିର୍ବାଚିତ ଉପରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପରଠାରୁ ପୂରା ପାଞ୍ଚବର୍ଷ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories