www.samajalive.in
Monday, December 8, 2025
14.1 C
Bhubaneswar

ତିନି ପଦାର୍ଥ ବିଜ୍ଞାନୀଙ୍କୁ ନୋବେଲ

ଷ୍ଟକ୍‌ହୋମ୍‌: ରୟାଲ ସ୍ବିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ମଙ୍ଗଳବାର ୨୦୨୩ର ପଦାର୍ଥ ବିଜ୍ଞାନ‌େ‌ର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ୩ ପଦାର୍ଥ ବିଜ୍ଞାନୀ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଉଛନ୍ତି ପିୟେରେ ଆଗୋଷ୍ଟିନି, ଫେରେନ୍ସ କ୍ରାଉସ୍‌ ଓ ଆନି ଏଲ. ହୁଇଲିୟର। ସେମାନେ ଇଲେକ୍ଟ୍ରୋନ ଗତିଶୀଳତା ଅଧ୍ୟୟନ ପାଇଁ ଗ୍ରହଣ କରିଥିବା ପରୀକ୍ଷାମୂଳକ ପଦ୍ଧତି ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପାରମାଣବିକ ଉପାଦାନ ମଧ୍ୟରେ ଥିବା ଇଲେକ୍ଟ୍ରୋନ୍‌ ଡାଇନାମିକ୍ସର ଅନୁସନ୍ଧାନ ପାଇଁ ସେମାନେ ନୂତନ ସାଧନ ଦେଇଛନ୍ତି। ଆଲୋକର ଅତି କ୍ଷୁଦ୍ର କଣିକା ସୃଷ୍ଟି ପାଇଁ ଏକ ଉପାୟ ଉଦ୍ଭାବନ କରିଛନ୍ତି; ଯାହା ଇଲେକ୍ଟ୍ରୋନ୍‌ର ଗତି ଓ କ୍ଷମତା ପରିବର୍ତ୍ତନ ପ୍ରକ୍ରିୟାକୁ ମାପିବାରେ ଉପଯୋଗୀ ହେବ। ମାନବଜାତି ପାଇଁ ଏହା ଅତ୍ୟନ୍ତ ଉପାଦେୟ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। ପୁରସ୍କାର ବିଜେତା ୮୨ ବର୍ଷୀୟ ଆଗୋଷ୍ଟିନି ହେଉଛନ୍ତି ଜଣେ ଟ୍ୟୁନିସିଆ ଜନ୍ମିତ ଫରାସୀ ପଦାର୍ଥ ବିଜ୍ଞାନୀ। ସେ ‘ଆଟୋସେକେଣ୍ଡ ସାଇନ୍ସ’ର ଗବେଷକ। ଓହିଓ ୟୁନିଭର୍ସିଟିରୁ ସେ ୨୦୦୫ରେ ଅବସର ନେଇ ଗବେଷଣାରେ ନିମଗ୍ନ ଥିଲେ। ସେହିପରି ୬୧ ବର୍ଷୀୟ କ୍ରାଉସ୍‌ ହେଉଛନ୍ତି ହଙ୍ଗେରୀ ତଥା ଅଷ୍ଟ୍ରିଆର ପଦାର୍ଥ ବିଜ୍ଞାନୀ। ଜର୍ମାନୀର ମ୍ୟୁନିକ୍‌ସ୍ଥିତ ଲଡ୍‌ସ୍ବିଗ୍‌ ମାକ୍ସିମିଲାନ୍‌ ୟୁନିଭର୍ସିଟିରେ ଏକ୍ସପେରିମାଣ୍ଟାଲ ଫିଜିକ୍ସ ପ୍ରଫେସର ଭାବେ କାର୍ଯ୍ୟରତ। କ୍ବାଣ୍ଟମ୍‌ ଅପ୍‌ଟିକ୍ସର ଜଣେ ବଡ଼ ଗବେଷକ। ସ୍ବିଡେନ୍‌ର ଲଣ୍ଡ ୟୁନିଭର୍ସିଟିରେ ଅଟୋମିକ୍‌ ଫିଜିକ୍ସ ବିଷୟର ପ୍ରଫେସର ଥିବା ଫରାସୀ ବେଜ୍ଞାନିକ ୬୫ ବର୍ଷୀୟା ଆନି ଇଲେ​‌େ​‌କ୍ଟ୍ରାନ୍‌ର ଗତିଶିଳତା ଉପରେ ଗବେଷଣା କରନ୍ତି। ପଦାର୍ଥ ବିଜ୍ଞାନରେ ୧୯୦୧ରୁ ଅଦ୍ୟାବଧି ୧୧୬ ଥର ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୋଟ ୨୨୨ ଜଣଙ୍କୁ ଏହି ପୁରସ୍କାର ମିଳିଛି। କେବଳ ଜନ୍‌ ବାର୍ଡିନ୍‌ ୧୯୫୬ ଓ ୧୯୭୨ରେ ଦୁଇ ଥର ଏହି ପୁରସ୍କାର ବିଜୟୀ ହୋଇଛନ୍ତି। ଏହି ପୁରସ୍କାର ବାବଦରେ ୧୧ନିୟୁତ ସ୍ବିଡିସ୍‌ କ୍ରୋନର୍‌ ବା ଏକ ନିୟୁତ ଡଲାର ପ୍ରଦାନ କରାଯାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories