ତମାଖୁ ସେବନର ଭୟାବହତା ଉପରେ ସଚେତନତା ଶିବିର
ସୁଆଣ୍ଡୋ : ସ୍ୱାସ୍ଥ୍ୟ ହିଁ ସମ୍ପଦ । ତମାଖୁ ସେବନ ଯୋଗୁଁ ଶରୀରର ଅଶେଷ କ୍ଷତି ସାଧନ ହୋଇଥାଏ। ଏହାର ଭୟାବହତା ସମ୍ପର୍କରେ ଏକ ସଚେତନତା ଶିବିର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଶିବିରର ଅୟୋଜନ କରାଯାଇଥିଲା। ଏଥିରେ ଶୁକଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ସସ୍ମିତା ପ୍ରଧାନ ଓ ଜନ ସଂପ୍ରସାରଣ ଅଧିକାରୀ କ୍ଷେତ୍ରମଣି ସେଠି ଯୋଗଦେଇ ତମାଖୁ ସେବନର ଅପକାରିତା ସଂପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ଟି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତର୍କରେ ସ୍ୱସ୍ତିକ ତ୍ରିପାଠୀ, କୁଇଜରେ ସୌମ୍ୟରଂଜନ ଦାସ, ପ୍ରବନ୍ଧରେ ଆର୍ଯ୍ୟନ୍ ବେହେରା ଓ ଚିତ୍ରାଙ୍କନରେ ଅଭିଷେକ ବରାଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡ଼ା ଓ ସତ୍ୟବାଦୀ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଡା. ପ୍ରଧାନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଙ୍କୁ ପୁରସ୍କୃତ କରିଥିଲେ।
Comments are closed.