www.samajalive.in
Tuesday, December 9, 2025
15.1 C
Bhubaneswar

ରେମଡେସିଭିର ଉପରୁ ଜିଏସଟି କମିଲା, କରୋନା ଚିକିତ୍ସା ଔଷଧରେ ବି ହ୍ରାସ ପାଇଛି ଟିକସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ରେମଡେସିଭିର ଉପରୁ ଜିଏସ୍‌ଟି ୧୨%ରୁ୫%କୁ ହ୍ରାସ କରିଛନ୍ତି। ସେହିପରି କୋଭିଡ୍ ସାମଗ୍ରୀ ଉପରୁ ଟିକସ ହ୍ରାସ ପାଇଁ କରାଯାଇଥିବା କେତେକ ସୁପାରିଶକୁ ଗ୍ରହଣ କରାଯାଇଛି। ଫଳରେ ଇଲେକ୍ଟ୍ରିକ ଫର୍ଣ୍ଣେସ, ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଲାଗୁ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରାଯ଼ାଇଛି। ଆମ୍ବୁଲାନ୍ସ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

୪୪ତମ ଜିଏସ୍‌ଟି କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କରୋନା ଚିକିତ୍ସାରେ ବ୍ୟବହାର କରାଯାଉଥିବା ଔଷଧ ରେମଡେସିଭିର, ଟୋସିଲିଜୁମାବ, ହେପାରିନ ଉପରୁ ଜିଏସଟି ହ୍ରାସ କରାଯ଼ାଇଛି । ଏଣିକି ରେମଡେସଭିର ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ, ଯାହା ପୂର୍ବରୁ ୧୨ ପ୍ରତିଶତ ରହିଥିଲା। ସେହିପରି କୋଭିଡ୍ ଟେଷ୍ଟିଂ କିଟ୍, ମେଡିକାଲ ଗ୍ରେଡ ଅକ୍ସିଜେନ, ଅକ୍ସିଜେନ କନସେଣ୍ଟ୍ରଟର, ଭେଣ୍ଟିଲେଟର, ଭେଣ୍ଟିଲେଟର ମାସ୍କ ଓ ହେଲମେଟ, ବାଇପାପ୍ ମେସିନ, ଏଚଏଫଏନସି ମେସିନ, ପଲ୍ସ ଅକ୍ସିମିଟର ମଧ୍ୟ ଜିଏସ୍‌ଟି ୫ ପ୍ରତିଶତ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏସବୁ ସାମଗ୍ରୀଗୁଡ଼ିକ ଉପରେ ପୂର୍ବରୁ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା। ହ୍ୟାଣ୍ଡ ସାନିଟାଇଜର ଉପରେ ମଧ୍ୟ ଜିଏସ୍‌ଟି ୫ ପ୍ରତିଶତ ଲାଗୁ କରାଯାଇଥିବାବେଳେ ପୂର୍ବରୁ ଏଥିରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା।
ଜିଏସଟି କାଉନସିଲ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ କଳା କବକ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧରେ ଏଣିକି ଜିଏସଟି ଲାଗୁ କରାଯିବ ନାହିଁ। କଳା କବକ ଚିକିତ୍ସାରେ ବ୍ୟବହୃତ ଏମଫୋଟେରେସିନ୍-ବି ଇଞ୍ଜେକସନ୍‌ରୁ ଜିଏସଟି ସଂପୂର୍ଣ୍ଣ ହଟାଇ ଦିଆଯାଇଛି। କରୋନା ଟିକା କ୍ଷେତ୍ରରେ ପୂର୍ବଭଳି ଜିଏସଟି ୫ ପ୍ରତିଶତ ରହିବ। ସେହିପରି କରୋନା ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଜରୁରୀ ଔଷଧ ଗୁଡ଼ିକରେ ମଧ୍ୟ ଟିକସ ପରିମାଣ ହ୍ରାସ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories