www.samajalive.in
Sunday, December 7, 2025
26.1 C
Bhubaneswar

ଦୀପାବଳିରେ ଫୁଟିବନି ବାଣ !

ଭୁବନେଶ୍ବର : କରୋନା ଯୋଗୁଁ ଏବର୍ଷ ଦୀପାବଳି ଉତ୍ସବ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। ଫଳରେ ଦୀପାବଳିରେ ବାଣ ଫୁଟିବନି କି ନାହିଁ ତାହା ଅନିଶ୍ଚିତତାରେ ରହିଛି। ଅପରପକ୍ଷେ ଏଥର ଦୀପାବଳି ଉତ୍ସବ ପାଳନ ସଂକ୍ରାନ୍ତରେ ସରକାରୀସ୍ତରରେ ସ୍ଥିର ହୋଇନି। ଦୀପାବଳି ଉପଲକ୍ଷେ ବାଣ ବ୍ୟବସାୟ ଲାଗି ମାସକ ତଳୁ ବ୍ୟବସାୟୀମାନେ କମିସନରେଟ ପୁଲିସ କାର୍ଯ୍ୟାଳୟରେ ଭିଡ଼ ଜମାଇଥାନ୍ତି। ଏବର୍ଷ କୌଣସି ବ୍ୟବସାୟୀ ଲାଇସେନ୍ସ ପାଇଁ ଅଦ୍ୟାବଧି ଆବେଦନ କରିନଥିବା ଜଣାପଡ଼ିଛି। ଗତବର୍ଷ କମିସନରେଟ ପୁଲିସ ରାଜଧାନୀରେ ପ୍ରାୟ ୪୦୦ ବାଣ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିଥିବାବେଳେ ନିକଟରେ ପୁଲିସ କମିସନର ଦୀପାବଳିକୁ ନେଇ ସରକାରଙ୍କ ସହ ଆଲୋଚନା କରିଛନ୍ତି। ପୁଲିସ କମିସନର ବାଣ ଲାଇସେନ୍ସ ପାଇଁ ବ୍ୟବସାୟୀଙ୍କୁ ସିଙ୍ଗଲ ୱି​‌େଣ୍ଡା ଅନଲାଇନ ଜରିଆରେ ଆବେଦନ ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ହେଲେ ସରକାରୀସ୍ତରରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନି। ଯାହାକୁ ନେଇ ବାଣ ବ୍ୟବସାୟ କରିବା ନେଇ ଅନେକ ଦ୍ବନ୍ଦ୍ବରେ ଅଛନ୍ତି। ସରକାରଙ୍କ ତରଫରୁ ଦୀପାବଳି ପାଳନ ନେଇ କୌଣସି ମାର୍ଗଦର୍ଶିକା ଜାରି ହୋଇନି। ଦୀପାବଳିକୁ ଆଉ ମାତ୍ର ୨୧ଦିନ ବାକି ରହିଥିବାବେଳେ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ନିଆଯାଇନଥିବାରୁ ବ୍ୟବସାୟୀଙ୍କୁ ନିରୁତ୍ସାହିତ କରିଛି। ବାଣ ହୋଲସେଲର ଏବେ ହାତବାନ୍ଧି ବସିଛନ୍ତି। ଭୁବନେଶ୍ବର ଓ ଏହାର ଉପକଣ୍ଠ ବାଲିଅନ୍ତା, ବାଲିପାଟଣା , ଜଟଣୀ ଓ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରୁ ବାଣ ହୋଲସେଲର ବାଣ ବେପାର ପାଇଁ ଆବେଦନ କରିଥାନ୍ତି। ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି, ଗତବର୍ଷ କମିସନରେଟ ପୁଲିସ ଅଞ୍ଚଳରେ ପ୍ରାୟ ୪୦୦ ବାଣ ବ୍ୟବସାୟୀଙ୍କୁ ଲାଇସେନ୍ସ ଦିଆଯାଇଥିଲା। ଏବର୍ଷ କରୋନା ଯୋଗୁଁ କେହି ଏଯାବତ ଆବେଦନ କରି ନାହାନ୍ତି। ଆବେଦନକାରୀଙ୍କୁ ଅନଲାଇନ ମାଧ୍ୟମରେ ସିଙ୍ଗଲ ୱି​‌େ​‌ଣ୍ଡା ଜରିଆରେ ଆବେଦନ ଲାଗି ସରକାରଙ୍କ ସହ ଆଲୋଚନା ହୋଇଛି। ହେଲେ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନି। ବାଣ ବେପାର ହେଲେ ସାମାଜିକ ଦୂରତ୍ବ ରଖିବାରେ ସମସ୍ୟା ଆସିପାରେ। ତେଣୁ ସରକାରଙ୍କ ମାର୍ଗଦର୍ଶିକା ପରେ ବାଣ ବେପାର ହେବ କି, ନାହିଁ ତାହା ସ୍ଥିର କରାଯିବ।
ଅନ୍ୟପକ୍ଷରେ ବ୍ୟବସାୟୀ ବାଣ ଦୋକାନ ଖୋଲିବା ଲାଗି ଅଗ୍ନିଶମ ବିଭାଗର ଅନୁମତି ନେଇଥାନ୍ତି। ସବୁଠାରୁ ସବୁଜ ସଙ୍କେତ ମିଳିବା ପରେ କମିସନରେଟ ପୁଲିସ ପକ୍ଷରୁ ଲାଇସେନ୍ସ ମିଳିଥାଏ। ଡା. ଗଣେଶ ପ୍ରସାଦ ଦାସ କହିଛନ୍ତି, ଆଗକୁ ଶୀତ ଆସୁଛି। ବାଣ ଫୁଟିଲେ ବାୟୁ ପ୍ରଦୂଷଣ ବଢ଼ିବା ସହ କରୋନାର ତୀବ୍ରତା ବଢ଼ିବ। କରୋନା ଆକ୍ରାନ୍ତ ନିମୋନାଇଟିସ ରୋଗୀ ବେଶୀ କଷ୍ଟ ଭୋଗିବେ। ବାୟୁ ପ୍ରଦୂଷଣ ହେଲେ ଆଇସିୟୁ ରୋଗୀ ଅଧିକ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories