ସମାଜ ପୋର୍ଟାଲ ଡେସ୍କ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ। ନିମ୍ନ ଅଦାଲତରେ ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଦିଆଯାଇଥିବା ରହିତାଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ର ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଅତିରିକ୍ତ ସଲିସିଟର ଜେନେରାଲ୍ କେ.ଏମ୍. ନଟରାଜ ଗତକାଲି ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଦୋଷୀମାନଙ୍କର ପୁନଃସମୀକ୍ଷା ଯାଚିକା ଖାରଜ ହୋଇଯାଇଥିଲେ ହେଁ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଫାଶୀଦଣ୍ଡ ଦେଇନାହାନ୍ତି। ସେ ମଧ୍ୟ କହିଥିଲେ ଯେ ଇତିମଧ୍ୟରେ ଚାରିଜଣଙ୍କ ମଧ୍ୟରୁ ୩ ଜଣ ଅପରାଧିଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ମଧ୍ୟ ଗ୍ରହଣ କରିନାହାନ୍ତି।
ଜଷ୍ଟିସ ଏନ୍.ଭି. ରମଣନା, ସଞ୍ଜିବ ଖାନ୍ନା ଓ କ୍ରିଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ପକ୍ଷରେ ତିହାର ଜେଲ କର୍ତୃପକ୍ଷ ପଟିଆଲା ହାଉସ କୋର୍ଟକୁ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ପାଇଁ ସାନି ଡେଥ ୱାରେଣ୍ଟ ଜାରି କରିବା ନେଇ ଆବେଦନ କରିଛନ୍ତି।



