ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତକୁ ୧୦ ଦିନ ରିମାଣ୍ଡରେ ନେଇଛି ଏନଆଇଏ । ଦିଲ୍ଲୀ ଆତ୍ମଘାତି ବିସ୍ଫୋରଣର ମୁଖ୍ୟ ଆସାମୀ ଉମରର ସହଯୋଗୀ ରସିଦ ଅଲ୍ଲୀକୁ ୧୦ଦିନ ରିମାଣ୍ଡରେ ନେଇଛି ଜାତୀୟ ତଦନ୍ତକରି ସଂସ୍ଥା (ଏନଆଇଏ ) । ଆଜି ଦିଲ୍ଲୀ ପଟିଆଲା ଅଦାଲତରେ ଆସାମୀ ରସିଦ ଅଲ୍ଲୀକୁ ହାଜର କରାଇଥିଲା ଏନଆଇଏ । ଏହା ପରେ ଅଦାଲତରେ ରସିଦକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା ଏନଆଇଏ । ପରେ ଅଦାଲତ ରସିଦକୁ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଥିଲା ।
ଦିଲ୍ଲୀ ଆତ୍ମଘାତି ଘଟଣାରେ ଗତକାଲି ରସିଦକୁ ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ । ମିଳିଥିବା ସୂଚନା ଅନୁସାରେ ଆତ୍ମଘାତି ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ରସିଦ । ଦିଲ୍ଲୀ ଆସି କାର କିଣି ଆତଙ୍କୀ ଆକ୍ରମଣ ପାଇଁ ପୁରା ଯୋଜନା କରିଥିଲା । ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ସୁଭାଷ ମାର୍ଗ ସିଗନାଲରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ୨୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି, ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି।



