www.samajalive.in
Wednesday, December 10, 2025
23.1 C
Bhubaneswar

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଗିରଫ ହୋଇଥିବା ଅମୀର ଅଲ୍ଲୀ ଶେଖ, ଅମଲ କ୍ରିଷ୍ଣା ମଣ୍ଡଳ, ରଜନୀକାନ୍ତ ବେହେରା ଓରଫ ଗୋପୀ, ଅବଦୁଲ୍ଲ ସେୟାଦୁଲ୍ଲ ସୁଲେମନ୍‌, ଓମ୍‌ପ୍ରକାଶ ଚୌଧୁରୀ ଓ ପତ୍ନୀ ଜସ୍ମିନ୍‌ ଚୌଧୁରୀ, ସସ୍ମିତା ଦାଶ, ଶିବକୁମାର ଦୋରା ଓ ଫେରାର ୨ଜଣଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଏହି ନାବାଳିକାଙ୍କ ଘର ବାଂଲାଦେଶ ଢାକା ରାଜ୍ୟ ଗାଜିପୁର ଜିଲା। ତାଙ୍କୁ ଚାକିରି ଦେବା ଆଳରେ ଦଲାଲଙ୍କ ସହାୟତାରେ କଲକାତା ଅଣାଯାଇଥିଲା। ସେଠାରୁ ଓଡ଼ିଶା ଅଣାଯାଇ ଭୁବନେଶ୍ବର, କଟକ, ବାରିପଦା ଓ ବ୍ରହ୍ମପୁର ଭଳି ସହରରେ ଅନୈତିକ କାରବାରରେ ଦଲାଲ ଲଗାଇଥିଲେ। ଗତବର୍ଷ ନଭେମ୍ବରରେ ମଧୁପାଟଣା ଥାନା ପୁଲିସ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାର ତଦନ୍ତ କରି ୬ ଅଭିଯୁକ୍ତ ଗୋପୀ, ସୁଲେମାନ୍‌, ଓମ୍‌ପ୍ରକାଶ, ଜସ୍ମିନ୍‌, ସସ୍ମିତା ଓ ଶିବକୁମାରଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ। ଗିରଫ ୬ଜଣଙ୍କ ବିରୋଧରେ ପୋସ୍କୋ ଅଦାଲତରେ କମିସନରେଟ ପୁଲିସ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା। ମାତ୍ର ବଡ଼ଧରଣ ମାନବଚାଲାଣ ସୁରାକ ମିଳିବା ପରେ ତଦନ୍ତଭାର ନେଇଥିଲା ଏନ୍‌ଆଇଏ।

- Advertisement -

ଏନ୍‌ଆଇଏ ତଦନ୍ତ ଦାୟିତ୍ୱ ନେବା ପରେ କଲକାତା ଲିଙ୍କ୍‌ ଠାବ କରିଥିଲା। ଏହି ଲିଙ୍କ୍‌ରେ କଲକାତା ବନୋଗାଓଁ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। କଲକାତା ଦକ୍ଷିଣ ୨୪ ପ୍ରଗଣାର ୨ ଅଭିଯୁକ୍ତ ଅମୀର ଓ ଅମଲଙ୍କୁ ଗିରଫ କରିବା ସହ ବିପୁଳ ବାଂଲାଦେଶୀ, ଭାରତୀୟ ଓ ବିଦେଶୀ ଟଙ୍କା ଜବତ କରାଯାଇଥିଲା। ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଓ ଆର୍ଥିକ କାରବାରର ଯାଞ୍ଚ କରାଯାଇଥିଲା। ସେମାନଙ୍କ ଦୁଇ ସହଯୋଗୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ସେମାନେ ଫେରାର ରହିଥିବାରୁ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories