www.samajalive.in
Tuesday, December 9, 2025
17.1 C
Bhubaneswar

ଚମ୍ପିଆନ୍ସ ଟ୍ରଫି ୨ୟ ସେମିଫାଇନାଲ: ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିର ୨ୟ ସେମିଫାଇନାଲରେ ବୁଧବାର ଦୁଇ ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିଛନ୍ତି। ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି। ୨୮ ଓଭର ଖେଳ ଶେଷ ସୁଦ୍ଧା ଦଳ ଗୋଟିଏ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଛି। ୱିଲ ୟୋଙ୍ଗ ୨୧ ରନ କରି ଆଉଟ ହୋଇଥିବାବେବେଳେ ରଚିନ ରବୀନ୍ଦ୍ର ୯୦ ରନ କରି​‌ ଖେଳୁଛନ୍ତି। ସେ ଶତକଠାରୁ ମାତ୍ର ୧୦ ରନ ଦୂରରେ ରହିଛନ୍ତି। ସେହିପରି କେନ୍‌ ୱିଲିଅମସନ ୫୫ ରନ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକୀୟ ବୋଲର ଲୁଙ୍ଗି ଏନଗିଡିଙ୍କୁ ଗୋଟିଏ ମାତ୍ର ସଫଳତା ମିଳିଛି। ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଭାରତ ସହିତ ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ ଖେଳିବ। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories