www.samajalive.in
Sunday, December 7, 2025
26.1 C
Bhubaneswar

ଅର୍ଥସାଜିଛି ବାଧକ, ରୋଜଗାର ପୁଅ ଶଯ୍ୟାଶାୟୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ସଦରର ରୋଜଗାର କରୁଥିବା ପୁଅ ଶଯ୍ୟାଶାୟୀ । ଚିକିତ୍ସାରେ ଅର୍ଥ ସଜିଛି ବାଧକ । ଏହି ପରିବାର କହିଲେ ବିଧବା ଭାନୁ ବାଗ,ପୁଅ ସୁଶାନ୍ତ ବାଗ (୨୨), ଝିଅ ମଞ୍ଜୁଳା ବାଗ ରହିଛନ୍ତି । ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ସୁଶାନ୍ତ ପାଠ ଛାଡି ରାୟଗଡାର ଏକ ହୋଟେଲରେ ରୋଷେୟା ଭାବରେ କାର୍ୟ୍ୟ କରି ଆସୁଥିଲେ । ସେ ସେହି ହୋଟେଲରୁ ଯାହା ଦରମା ପାଉଥିଲେ ତାହାକୁ ନେଇ ମା ଭାନୁ ଓ ଭଉଣୀ ମଞ୍ଜୁଳା ଚଳି ଆସୁଥିଲେ । ଭାଗ୍ୟର ବିଡମ୍ବନା ଯେ ରୋଜଗାର କରୁଥିବା ପୁଅ ସୁଶାନ୍ତଙ୍କ ଦେହ ପ୍ରାୟ ଏକ ବର୍ଷ ହେବ ଅସୁସ୍ଥହେବାରୁ କାମ ଛାଡି ଘରକୁ ଫେରି ଆସିଥିଲେ । ଏଠାରେ ସୁଶାନ୍ତ ଅସୁସ୍ଥ ଅନୁଭବ କରିବାରୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଏଠାରେ କିଛିଦିନ ଧରି ଚିକିତ୍ସା ହେବା ପରେ ରୋଗୀର କୌଣସି ଉନ୍ନତି ହୋଇନଥିବାରୁ ରାୟଗଡା ଜିଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ। ସେଠାରେ ସମସ୍ତ ପ୍ରକାର ଚିକିତ୍ସା କରିବା ପରେ କିଡ୍ନୀ ରୋଗରେ ଆକ୍ରାନ୍ତ  ବୋଲି ସେଠାରୁ କୋରାପୁଟ ମେଡିକାଲ କୁ ପଠାଇ ଦେଇଥିଲେ ।ପୁଣି ସେଠାରେ କିଛି ଦିନ ଧରି ଚିକିତ୍ସା କରିବା ପରେ ଏମ କେ ସି ଜି ସ୍ୱାସ୍ଥ୍ୟ କେନ୍ଦ୍ର ବ୍ରହ୍ମପୁର ପଠାଇ ଦେଇଥିଲେ ।ସେଠାରେ ମଧ୍ୟ କୌଣସି ପ୍ରକାରର ସୁବିଧା ମିଳି ନଥିବାରୁ ଘରକୁ ଫେରି ଆସିଛନ୍ତି । ଏହି ପରିବାରକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନାରେ ଖଣ୍ଡିଏ କାର୍ଡ ପାଇନଥିବାରୁ ଅଧିକ ଚିକିତ୍ସା କରିବାରେ ସହାୟକ ହୋଇ ପାରୁନି । ଏଥି ପ୍ରତି ବ୍ଲକ ,ସ୍ଵାସ୍ଥ୍ୟ ବିଭାଗ, ଜିଲା ପ୍ରଶାସନ ଦୃଷ୍ଟି ଦେଇ ସୁଶାନ୍ତର ଉତ୍ତମ ଚିକିତ୍ସା କରିବା ପାଇଁ ବିଧବା ମା ଭାନୁ ବାଗ କୋହ ଭରା କଣ୍ଠରେ ଗୁହାରି କରିଛନ୍ତି ।ବର୍ତମାନ ସେହି ପରିବାର ୫୦୦ଟଙ୍କା ବିଧବା ଭତ୍ତା ରେ ଚଳି ଆସୁ ଛନ୍ତି ।ପୁଅର ଚିକିତ୍ସା କରିବେ କିପରି ଭାବି ରହିଛନ୍ତି । ସମ୍ପର୍କୀୟ ଦାଦା ଭୀମସେନ ବାଗ କହିଛନ୍ତି ଯେ ଘରର ଜଣେ ମାତ୍ର ରୋଜଗାରର ପୁଅ ଥିଲା ।ତାର ଦେହ ଖରାପ ହୋଇଥିବାରୁ କଲ୍ୟାଣସିଂହପୁର ଠାରୁ ବ୍ରହ୍ମ ପୁର ପର୍ୟ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଲୁ । ପୂର୍ବରୁ ଏହାର ବାପା ଗାଁରେ ଲୋକଙ୍କ ଗାଈଗୋରୁ ଚୋରାଇ ପରିବାର ଭରଣପୋଷଣ କରୁଥିଲେ ।ଏସମ୍ପକରେ ବିଡ଼ିଓ ସୁଧାକର ରଇତ ଙ୍କୁ ପଚାରିବାରୁ ସେ କହିଲେ ପରିବାର ପକ୍ଷରୁ କିଛି ଅଭିଯୋଗ ଆସିନି,ତୁମଠାରୁ ଖବର ପାଇଲି ,ପରିଦର୍ଶନରେ ଯାଇ ସମସ୍ୟା ବୁଝିବା ପରେ ଜିଲା ଅଫିସ କୁ ଲିଖିତ ଜଣାଇବି ।ସେହିଠାରୁ କିଛି ସହାୟତା ଆସିଲେ ଯୋଗାଇଦିଆଯିବ ବୋଲି କହିଛନ୍ତି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories