www.samajalive.in
Sunday, December 7, 2025
26.1 C
Bhubaneswar

ମା’ ଭଉଣୀ ମାନଙ୍କ ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ସାମିଲ କରାଯିବା ନେଇ ମିଳିଥିବା କ୍ୟାବିନେଟ ମଞ୍ଜୁରୀ ଫଳରେ ଓଡ଼ିଶାର ପ୍ରାୟ ୫ ଲକ୍ଷ ନୂଆ ମାଆ ଭଉଣୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ। ଏହି ନିଷ୍ପତି ଦ୍ୱାରା ପରିବାରରେ ଖୁସି ଆସିବ ଏବଂ ନାଗରିକଙ୍କ ଜୀବନ ଆହୁରି ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ମାଆ ଓ ଭଉଣୀ ମାନଙ୍କ ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ଗତକାଲି ଓଡ଼ିଶାର ମାତୃଶକ୍ତିର କଲ୍ୟାଣ ପାଇଁ ‘ରାକ୍ଷୀ ଅବସର’ରେ ପ୍ରଧାନମନ୍ତ୍ରୀ ବଡ଼ ଉପହାର ସ୍ୱରୂପ ରୋଷେଇ ଗ୍ୟାସର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଏହି ନିଷ୍ପତି ଫଳରେ ଓଡ଼ିଶାର ୯୬ ଲକ୍ଷ ହିତାଧିକାରୀ ରେଷେଇ ଗ୍ୟାସର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ ମୂଲ୍ୟରେ ଗ୍ୟାସ ପାଇବେ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୃକ୍ତ ୫୩ ଲକ୍ଷରୁ ଅଧିକ ହିତାଧିକାରୀମାନେ ନିର୍ଦ୍ଧାରିତ ମୂଲ୍ୟରୁ ୪୦୦ ଟଙ୍କା କମ ମୂଲ୍ୟରେ ଗ୍ୟାସ ପାଇ ଉପକୃତ ହେବେ । ୨୦୧୪ରେ ଓଡ଼ିଶାରେ ୧ କୋଟି ଘରୁ ୨୦ ଲକ୍ଷ ଘରେ ଗ୍ୟାସ ସଂଯୋଗ ଥିଲା । ମୋଦି ସରକାରରେ ଏହି ସଂଖ୍ୟା ବଢି ୯୬ ଲକ୍ଷରେ ପହଞ୍ଚିଛି ।

- Advertisement -

ଓଡ଼ିଶା ସମେତ ସମଗ୍ର ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ମାଆ ଭଉଣୀମାନେ ରକ୍ଷା ବନ୍ଧନ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି । ମାଆ ମାନଙ୍କର ସଶକ୍ତିକରଣ ହେଲେ ସମାଜର ସଶକ୍ତିକରଣ ହେବ । ମୋଦି ଚଟାଣ ଭଳି ଓଡ଼ିଶାର ମା ଭଉଣୀଙ୍କ ସହ ଛିଡା ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories