www.samajalive.in
Sunday, December 7, 2025
23.1 C
Bhubaneswar

କମଲ ହାସନଙ୍କ ସୁଟିଂ ସେଟରେ ଦୁର୍ଘଟଣା; ସହଯୋଗୀ ନିର୍ଦେଶକଙ୍କ ସମେତ ୩ ମୃତ, ୧୦ ଆହତ

ଚେନ୍ନାଇ: ସାଉଥ ସିନେମା ଜଗତର ସୁପରଷ୍ଟାର କମଲ ହାସନଙ୍କ ସୁଟିଂ ସେଟରେ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ-୨’ର ସୁଟିଂ ପାଇଁ ଚେନ୍ନାଇରେ ଏକ ସେଟ ନିର୍ମାଣ କରାଯାଉଥିଲା। ଏହି ନିର୍ମାଣାଧୀନ ସେଟରେ କ୍ରେନ ଖସି ପଡିବାରୁ ଦୁର୍ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ସହଯୋଗୀ ନିର୍ଦେଶକ କୃଷ୍ଣ, ନିର୍ଦେଶକ ଶଙ୍କର ଙ୍କ ବ୍ୟକ୍ତିଗତ ସହଯୋଗୀ ଏବଂ ଅନ୍ୟ ଜଣେ କର୍ମଚାରୀ ଚନ୍ଦନଙ୍କ ମୃତ୍ୟୁ ହୋଇଛି। ନିର୍ଦେଶକ ଶଙ୍କର ସେଠାରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ କିଛି କ୍ଷତି ହୋଇନାହିଁ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ହୁର୍ଘଟଣା ବିଷୟରେ ଜଣାପଡିବା ପରେ କମଲ ହାସନ ସୁଟିଂ ସେଟରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ।

- Advertisement -


ଏହି ଦୁର୍ଘଟଣା ବିଷୟରେ ଖୋଦ୍ କମଲ ହାସନ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଟୁଇଟରେ କମଲ ହାସନ ଲେଖିଛନ୍ତି ଯେ, ପୂର୍ବରୁ ମୁଁ ବହୁତ ଦୁର୍ଘଟଣାର ସାମ୍ନା କରିଛି, ଏହା ସବୁଠାରୁ ଅଧିକ ଭୟାନକ ଥିଲା। ମୁଁ ନିଜର ୩ ଜଣ ସହଯୋଗୀଙ୍କୁ ହରାଇଛି। ସେମାନଙ୍କ ପରିବାର ସଦସ୍ୟଙ୍କ ବିପଦ ଆଗରେ ମୋ ଦୁଃଖ କିଛି ନୁହେଁ ବୋଲି କମଲ ଲେଖିଛନ୍ତି। ଏହା ସହ କମଲ ହାସନ ମୃତାହତଙ୍କ ପରିବାର ଲୋକଙ୍କ ପାଇଁ ଦୁଃଖ ଓ ସମବେଦନା ବ୍ୟକ୍ତ କରିଛନ୍ତି।


ସୂଚନାଯୋଗ୍ୟ, କମଲ ହାସନ ଆଜିକାଲି ‘ଇଣ୍ଡିଆନ-୨’ର ସୁଟିଂ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମଟି ଦୁର୍ନୀତି ଉପରେ ନିର୍ମାଣ କରାଯାଇଛି। ଏହି ଫିଲ୍ମରେ ସେ ଜଣେ ୯୦ ବର୍ଷିୟ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିବେ। ଯିଏକି ଦୁର୍ନୀତି ବିରୋଧରେ ଲଢେଇ କରୁଥିବେ। ଏପର୍ଯ୍ୟନ୍ତ ଏହି ଫିଲ୍ମର ଅନେକ ପୋଷ୍ଟର ସାମ୍ନାକୁ ଆସିଛି। ଯାହାକୁ ତାଙ୍କ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ କାଜଲ ଅଗ୍ରୱାଲ, ରକୁଲ ପ୍ରୀତ ସିଂହ, ବିଦ୍ୟୁତ ଜାମବାଲ ଏବଂ ପ୍ରିୟା ଭବାନୀ ଶଙ୍କର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ହେଉଛି ୧୯୯୨ରେ ରିଲିଜ୍ ହୋଇଥିବା ବ୍ଳକବଷ୍ଟର ଫିଲ୍ମ ‘ଇଣ୍ଡିଆନ’ର ସିକ୍ବଲ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories