www.samajalive.in
Monday, December 8, 2025
14.1 C
Bhubaneswar

ରାତି ୯ଟାର ମୁଖ୍ୟ ଖବର

– କୋଭିଡ ଟିକା ଆବଣ୍ଟନ ନେଇ ସଦ୍ୟ ସୂଚନା : ମେ ୧୬-୩୧ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୯୨ ଲକ୍ଷ କୋଭିଡ ଟିକା ଯୋଗାଇବେ, ଏଥିରେ ୧୬୨.୫ ଲକ୍ଷ କୋଭିସିଲ୍ଡ ଓ ୨୯.୪୯ ଲକ୍ଷ କୋଭାକ୍ସିନ ଡୋଜ ସାମିଲ 

– ଆଜି ରାଜ୍ୟରେ ସୁସ୍ଥ ହେଲେ ୯୩୨୯ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୯୧୬୭୪କୁ ବୃଦ୍ଧି

– କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା, ବ୍ଲାକ ଫଙ୍ଗସ ରୋଗୀଙ୍କ ଗାଇଡ୍‌ଲାଇନ କରିବାକୁ  ୭ଜଣ ଡାକ୍ତରଙ୍କୁ ନେଇ କମିଟି ଗଠନ କଲେ ରାଜ୍ୟ ସରକାର

– ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଛି

–ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିଛନ୍ତି

– ପିଏମ୍‍ କିଷାନ ଯୋଜନାରେ ଦେଶର ସାଢ଼େ ୯ କୋଟି କୃଷକଙ୍କ ଖାତାରେ ଜମା ହେଲା ୨୦ ହଜାର କୋଟିରୁ ଅଧିକ ଟଙ୍କା
– ଅଷ୍ଟମ କିସ୍ତି ଅର୍ଥ ପ୍ରଦାନ କରି କୃଷକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

-ପିଏମ୍‍ କିଷାନରେ ମୋଟ ୮ଟି କିସ୍ତିରେ ଓଡିଶାକୁ ମୋଟ ୩ ହଜାର ୮୩୦.୮୫ କୋଟି ଟଙ୍କା ପ୍ରଦାନ
-ସପ୍ତମ କିସ୍ତିରେ ରାଜ୍ୟର ୨୪ ଲକ୍ଷ ୭୦ ହଜାର ୬୭୧ ଜଣ ଚାଷୀ ଲାଭ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବା ପରେ ଅଷ୍ଟମ କିସ୍ତିରେ ଅଧିକ ୩ ଲକ୍ଷ ୧୨ ହଜାର ୫୩୮ ଚାଷୀ ଲାଭାନ୍ୱିତ

-ସମଗ୍ର ଭାରତ ବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି

– ଦେଶରେ କୋଭିଡ ଟିକାଦାନ ୧୮ କୋଟି ନିକଟତର, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୭ କୋଟି ୯୫ଲକ୍ଷ ୬୬ହଜାର ୮୭୬ ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା 

– ଦେଶରେ କୋଭିଡ ଆରୋଗ୍ୟ ସଂଖ୍ୟା ୨ କୋଟି ଅତିକ୍ରମ କରିଛି, ଏପର୍ଯ୍ୟନ୍ତ ୨କୋଟି ୭୯ ହଜାର କୋଭିଡ
ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି
– ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ କରୋନା ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୪ ହଜାର କରୋନା ସଂକ୍ରମିତ

– ୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି।

– ଅମ୍ଳଜାନ ଅଭାବ; ଗୋଆରେ ୨୪ ଘଣ୍ଟାରେ ୪୧ ରୋଗୀ ମୃତ

– ଛାତି ଏକ୍ସ-ରେ ଦ୍ବାରା ଚିହ୍ନଟ ହେବ କୋଭିଡ ସଂକ୍ରମଣ; ଡିଆରଡିଓ ତିଆରି କଲା ‘ଆତ୍ମନ ଏଆଇ’

– କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ୪ ମାସ ବ୍ୟବଧାନ ଯଥାର୍ଥ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଫାଉଚୀ।

– ବର୍ଷ ଶେଷ ସୁଦ୍ଧା ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ନେଇ ସରକାରଙ୍କ ଦୃଢୋକ୍ତି

– ଗଙ୍ଗା ନଦୀର ଖେରେଶ୍ଵର ଘାଟରେ ପୋତାଯାଇଛି ଶତାଧିକ ମୃତହେଦ, ବର୍ଷାରେ ବାଲି ଧୋଇଯିବାରୁ ସାମ୍ନାକୁ ଆସିଲା ଘଟଣା

– କେ.ପି. ଶର୍ମା ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ, ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ଜୁଟାଇବାରେ ବିଫଳ

– ‘ଗୋ ଏୟାର’ ନାମ ବଦଳି ‘ଗୋ ଫାଷ୍ଟ’ ହେଲା। ୧୫ ବର୍ଷ ଉଡାଣ ପରେ ବିମାନ ଚଳାଚଳ ସଂସ୍ଥାର ନାମ ପରିବର୍ତ୍ତନ।

– ଭୋପାଳ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ବଳାତ୍କାର, ୨୪ ଘଣ୍ଟା ପରେ ପ୍ରାଣ ହରାଇଲେ ରୋଗୀ।

– କାଳବୈଶାଖୀ ପ୍ରଭାବରେ ୨ ଦିନ ବର୍ଷା, ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆଜି ଓ ଆସନ୍ତା କାଲି ବର୍ଷା ହେବାରେ ସମ୍ଭବାନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା 

– ରାଜ୍ୟରେ ଦିନକରେ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି

– ଗତ ୨୪ଘଣ୍ଟା ମଧ୍ୟରେ ୧୨୩୯୦ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧

– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୯୮୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭୭୭ 

– ସରକାର ଦେଲେ ଅନୁମତି, ଘରେ ପହଞ୍ଚିବ ମଦ। ଅନ୍‌ଲାଇନରେ ଅର୍ଡର କରିପାରିବେ ଇଚ୍ଛୁକ ବ୍ୟକ୍ତି

– ରାଜ୍ୟରେ କାର୍ଯ୍ୟବନ୍ଦ, ଧର୍ମଘଟ, ଧାରଣା ମନା –ଏସ୍‌ମା ଲାଗୁ କଲେ ସରକାର

– ଦେଶରେ ଆଜି ନିରାଡମ୍ବର ସହକାରେ ଇଦ୍‍-ଉଲ୍‍-ଫିତର ପର୍ବ ପାଳି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories