www.samajalive.in
Sunday, December 7, 2025
13.1 C
Bhubaneswar

ଅପରାହ୍ନ ୩ଟା ସୁଦ୍ଧା ମୁଖ୍ୟ ଖବର (୨୩ ମେ ୨୦୨୧)

ଦେଶ/ବିଦେଶ ଖବର

– ବାତ୍ୟା ୟସ୍‍ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ଓଡ଼ିଶାର ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର ଜିଲା ସବୁଠାରୁ ଅଧିକ ପ୍ରଭାବିତ ହେବ

- Advertisement -

– ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

– ଡାଏନାଙ୍କୁ କ୍ଷତି ପହଞ୍ଚାଇବାକୁ କେବେ ଚାହିଁନଥିଲି- ବ୍ରିଟେନ ସାମ୍ବାଦିକ; ୱିଲିୟମ ଓ ହ୍ୟାରୀଙ୍କ ନିକଟରେ କ୍ଷମା ମାଗିଲେ

– ଆସାମରେ ଏନକାଉଣ୍ଟର; ୬ ଆତଙ୍କବାଦୀ ନିହତ

– ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ଜରିମାନା, ମାମଲା ରୁଜୁ କଲା ସ୍ବାସ୍ଥ୍ୟ ବିଭାଗ

– ସାଗର ହତ୍ୟା ମାମଲା; ଫେରାର ଥିବା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ।

– ଯୁବକଙ୍କୁ ଚାପୁଡା ମାରି, ମୋବାଇଲ ଭାଙ୍ଗି ଜିଲାପାଳ ହଟିଲେ, ଛତିଶଗଡର ସୁରଜପୁର ଜିଲାର ଘଟଣା।

– ଦେଶରେ ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

– ଏଲୋପାଥି ନିର୍ବୋଧ ବିଜ୍ଞାନ ବୋଲି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା, ରାମଦେବଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବିକଲା ଭାରତୀୟ ଚିକିତ୍ସକ ସଂଘ

– ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅଫୁଟା ବୋମା ବିକ୍ରି ପାଇଁ ବିଜ୍ଞାପନ

– ଚନ୍ଦ୍ର ପୃଷ୍ଠରେ ଜଳ ଅନୁସନ୍ଧାନ ପାଇଁ ନାସା ପଠାଇବ ଚଳନକ୍ଷମ ରୋବଟ

– କୋଭିଡରେ ମୃତ ଡାକ୍ତରଙ୍କ ପରିବାରକୁ କୋଟିଏ ଟଙ୍କା ଦେଲେ କେଜରିୱାଲ

– ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର, ଘରୋଇ ଡାକ୍ତରଖାନା ଅଧିକ ମୂଲ୍ୟ ଦାବି କରୁଥିବା ଅଭିଯୋଗ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

– ୩ ବିବାହ ପାଲଟିଲା ସୁପର ସ୍ପ୍ରେଡର; ଦିନକରେ ୯୫ କରୋନା ସଂକ୍ରମିତ

ରାଜ୍ୟ ଖବର

– ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦ୍ବିତୀୟ ପର୍ଯ୍ୟାୟରେ ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

– ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

– ୱେଲ୍‌ ମାର୍କଡ୍‌ରେ ପରିଣତ ହେଲେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତ ଓ ସୋମବାର ଦିନ ସାମୁଦ୍ରିକ ଝଡ଼ ରୂପ ନେବ

– ବାତ୍ୟା ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ଅନୁଧ୍ୟାନ ପାଇଁ ବାଲେଶ୍ଵର ଜିଲାରେ ପହଞ୍ଚିଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀଙ୍କ ସହ କଲେ ଆଲୋଚନା

– ବାତ୍ୟା ପ୍ରଭାବରେ ୪ ଜିଲା ବେଶି ପ୍ରଭାବିତ ହେବ।

– ରାଜ୍ୟରେ ୨୪ ଘଣ୍ଟାରେ ୧୨୮୫୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯

– କରୋନା: ୧୧ ଜିଲାରୁ ୨୮ ମୃତ, ଦିନକରେ ସର୍ବାଧିକ

– ଓଡ଼ିଶାରୁ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଣ ହେଲାଣି ୨୦ ହଜାର ୭ ମେଟ୍ରିକ ଟନ୍‌ ଅମ୍ଳଜାନ, ଓଡ଼ିଲା ପୁଲିସ ବିଭାଗ ପକ୍ଷରୁ ସୂଚନା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories