ବ୍ଲକ ସ୍ତରୀୟ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ସ୍ଥିତ ଖେଳପଡିଆଠାରେ ସୁନାଗିଲୁ ନାଏକ ବ୍ଲକ ସ୍ତରୀୟ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନି ମ୍ୟାଚ୍ ଚଣାଲୀମା ଓ ପାହାଡ଼ପଦର ଦଳ ମଧ୍ୟରେ ହୋଇଥିଲା। ଚଣାଲୀମା ଦଳ ପ୍ରଥମେ ଟସ ଜିତି ଫିଲଡିଂ କଲେ ଏବଂ ପାହାଡ଼ପଦର ଦଳକୁ ବ୍ୟାଟିଂ କରିବାକୁ ଦେଇଥିଲା। ପାହାଡ଼ପଦର ଦଳ ୧୪.୪ ଓଭର ଅଲଆଉଟ ହେଇ ବିନିମୟରେ ୧୩୩ ରନ୍ କରିଥିବା ବେଳେ ଜବାବରେ ଚଣାଲୀମା ଦଳ ୧୨.୨ ଓଭରରେ ଅଲ ଆଉଟ ହେଇ ବିନିମୟରେ ୮୦ ରନ୍ କରି ପାହାଡ଼ପଦର ଦଳ ଠାରୁ ପରାଜୟ ହୋଇଥିଲେ। ଏହି ମ୍ୟାଚରେ ପାହାଡ଼ପଦର ଦଳ ୫୩ ରନରେ ବିଜୟୀ ହେଇଥିଲା।
ଏହି ଉଦଯାପନି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁବାଷ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଉପସ୍ଥିତ ଥିଲେ। ବିଜେତାଙ୍କୁ ୨୦ ହଜାର ଏବଂ ଉପ ବିଜେତାଙ୍କୁ ୧୫ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
Comments are closed.