ସାକ୍ଷୀଗୋପାଳ: ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ସାକ୍ଷୀଗୋପାଳର ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ଶିବ ନାରାୟଣ ପଣ୍ଡା ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ରାଜୀବ ଗାନ୍ଧୀଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଠାରୁ ସେ ସମ୍ମାନ ଗ୍ରହଣ କରିଛନ୍ତି। ରକ୍ତଦାନ, ବୃକ୍ଷରୋପଣ, ସଡ଼କ ସୁରକ୍ଷା, ସହ ବିଭିନ୍ନ ସେବା କାର୍ଯ୍ୟ ଓ ସଚେତନ ମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି। ଅନ୍ୟତମ ଅତିଥି ଭାବେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରସାଦ ହରିଚନ୍ଦନ ଓ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ।
Popular Categories



