www.samajalive.in
Sunday, December 7, 2025
18.1 C
Bhubaneswar

୨୦କିମି ଗୋଡ଼ାଇ ବରକୁ ଧରିଲା କନ୍ୟା

ବରେଲି: ଉତ୍ତର ପ୍ରଦେଶର ବରେଲିରୁ ଏକ କୌତୂହଳଜନକ ଖବର ମିଳିଛି। ବିବାହ ମଣ୍ଡପରୁ ବର ପଳାଇବାରୁ କନ୍ୟା ତାକୁ ୨୦କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଧରିବା ସହ ମଣ୍ଡପକୁ ଆଣି ବିବାହ କରିଛି। ବାରବାଙ୍କି ଥାନା ଅନ୍ତର୍ଗତ ବରାଦରୀ ଗ୍ରାମରେ ରବିବାର ବିବାହ ଉତ୍ସବ ଚାଲିଥିଲାବେଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମଣ୍ଡପକୁ ବର ନଆସିବାରୁ ସନ୍ଦେହ ଉପୁଜିଥିଲା। ବର-କନ୍ୟାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ବର ଘର ବାଦାଉଁ ଅଞ୍ଚଳରେ। ଉଭୟ ପରିବାର ମଧ୍ୟରେ କଥାବାର୍ତ୍ତା ପରେ ତିଥି ଧାର୍ଯ୍ୟ ସହ ସ୍ଥାନୀୟ ଏକ ମନ୍ଦିରରେ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ସଜ ହୋଇ କନ୍ୟା ଅପେକ୍ଷା କରିଥିବାବେଳେ ସମସ୍ତେ ଚିନ୍ତାରେ ପଡ଼ିଥିଲେ।

ଏହି ସମୟରେ କନ୍ୟା ବରକୁ ଫୋନ୍‌ କରିଥିଲା। ବର ନିଜ ମାଆଙ୍କୁ ଆଣିବାକୁ ବାଦାଉଁ ଯାଉଥିବା କହିଥିଲା। ଏଥିରେ କନ୍ୟାର ସନ୍ଦେହ ବଢ଼ିଥିଲା। ସେ ତୁରନ୍ତ ବାଦାଉଁ ଯିବା ସହ ଭିମୋରାଠାରେ ଏକ ବସ୍‌ରେ ଖସି ପଳାଉଥିବା ବରକୁ ଗୋଡ଼ାଇ ଗୋଡ଼ାଇ ୨୦କିମି ପରେ ପଛପଟୁ ଧରିଥିଲା। ରାସ୍ତା ମଝିରେ କିଛି ସମୟ ନାଟକ ଚାଲିଥିଲା। ଲୋକେ ଉଭୟଙ୍କୁ ଧରି ଭିମୋରା ମନ୍ଦିରକୁ ନେଇ ସେଠାରେ ବିବାହ କରାଇଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories