ବୌଦ୍ଧ: ବିରନରସିଂହପୁର ଠାରେ ଜଙ୍ଗଲ ବିଭାଗୀୟ ନର୍ସରୀ କେନ୍ଦ୍ରର ସଭାଗୃହ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ବରେ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରୁ ଯୁଗ୍ମ ଆବାହକ ବିଜୟ କୁମାର ପ୍ରଧାନ, ବରିଷ୍ଠ ପ୍ରଶିକ୍ଷକ ଅଜାତ କୁମାର ସାହୁ, କନ୍ଧମାଳ ଲୋକସଭାର ସଂଯୋଜକ ବିସ୍ମୟ ମହାପାତ୍ର, ବୌଦ୍ଧ ଜିଲ୍ଲା ସଂଯୋଜକ ସମରେନ୍ଦ୍ର ମହାକୁଳ, ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଆଇନଜୀବୀ ଶାନ୍ତନୁ କୁମାର ମହାପାତ୍ରଙ୍କ ସହ ଉପ ସଭାପତି ସମରେଶ ମିଶ୍ର ଆଦି ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଫୋଟୋ ଚିତ୍ର ରେ ଭାବପୂର୍ଣ୍ଣ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କାରାଯାଇ ଥିଲା। ଏହି ଏକ ଦିନିଆ କର୍ମଶାଳାରେ ଜିଲ୍ଲାର ପ୍ରତ୍ୟେକ ପଂଚାୟତ ରୁ ଯୋଗ ଦେଇଥିବା ସ୍ଥାନୀୟ ପ୍ରତିନିଧି ମାନଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ପ୍ରଥମେ ପ୍ରୋଜେକ୍ଟର ମାଧ୍ୟମରେ ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏବଂ ବିଶେଷ ଭାବେ ଗରିବ ଜନସାଧାରଣ ଙ୍କ ପାଇଁ ଉଦିଷ୍ଟ ମନରେଗା ରେ ରହିଥିବା ନିତୀ ନିୟମ ଏବଂ ଏହାର ଉପକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ସୂଚନା ପ୍ରଦାନ କରିଥିଲେ। ଶେଷରେ ସମସ୍ତ ଉପସ୍ଥିତ ପ୍ରତିନିଧି ମାନେ ରାଜୀବ ଗାନ୍ଧୀ ପଂଚାୟତ ସଂଗଠନ ଏବଂ ମନରେଗା ନିତୀ ଆଦର୍ଶକୁ ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ବସବାସ କରୁଥିବ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ସଂକଳ୍ପ ନେଇଥିଲେ। ଜାତୀୟ କଂଗ୍ରେସ ଦଳର ନିତୀ ଆଦର୍ଶ ଏବଂ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଙ୍କ ନେତୃତ୍ୱ କୁ ସମର୍ଥନ ଜଣାଇ ବିଜେଡ଼ି ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦେଇଥିବା ମହାଲ୍ଲିକ ପଡ଼ା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଉମେଶ ଚନ୍ଦ୍ର ପାତ୍ର ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କାରାଯାଇ ଥିଲା । ଏତଦ ବ୍ୟତୀତ ପିସିସି ସମ୍ପାଦିକା ବୌଦ୍ଧ ଜିଲ୍ଲା ବିର ନରସିଂପୁର ପଂଚାୟତର ଅମୃତି ମହାନନ୍ଦିଆ ଅବସ୍ଥାପିତ ହୋଇଥିବାରୁ ତାଙ୍କୁ ମଧ୍ୟ ଜିଲ୍ଲା କଂଗ୍ରେସ ତରଫରୁ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ପ୍ରଦାନ କାରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ କବିତା ମହାକୁଳ, କଳ୍ପନା ମେଣ୍ଡିଲି, ଜାନକୀ ପ୍ରଧାନ,ବୁଦ୍ଧଦେବ ପ୍ରଧାନ, ରୋହିତାଶ୍ଵ ବେହେରା, ହୃଷିକେଶ ସାହୁ, ଗୋପାଳ ବାଘ, ଫୁଲ ଚନ୍ଦ ପ୍ରଧାନ, ନିରାକାର ବେହେରା, ଗଣେଶ ଲୌରିଆ, ରମାକାନ୍ତ ଭୋକ୍ତା, ନୀତେଶ ମେହେର, ଜୟନ୍ତ ପାଣିଗ୍ରାହୀ, ଯଂଜ୍ଞସ୍ୱର ଦନାୟକ,ଝରିଆ ସାହୁ, ଅଭିଳାଷ ସ୍ୱାଇଁ ଙ୍କ ସମେତ ବହୁ କର୍ମୀ କର୍ମଶାଳାରେ ଉପସ୍ଥିତ ଥିଲେ।
Popular Categories



