ସ୍ୱାଭିମାନ ଅଞ୍ଚଳରେ ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୩ ଆହତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପାପରମେଟେଲା ଥାନା ଅଧିକାରୀ ମାନସ ରଞ୍ଜନ ସ୍ୱାଇଁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତ ପଡପଦର ଗ୍ରାମର ପ୍ରାୟ ୧୫ ଜଣ ଏକ ଟ୍ରାକ୍ଟର ଯୋଗେ ସ୍ୱାଭିମାନ ଅଞ୍ଚଳ ଗାଜୁଲୁମାମୁଡି ପଞ୍ଚାୟତ ତଣ୍ଟlଗୁଡ଼ା ଗ୍ରାମକୁ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବନ୍ଧୁ ଘରକୁ ଯାଇଥିଲେ। ଭୋଜି କାର୍ଯ୍ୟକ୍ରମ ସାରି ବୁଧବାର ସନ୍ଧ୍ୟାରେ ଫେରୁଥିଲେ। ଫେରିବା ବାଟରେ ବଡ଼ପୁଟ ଘାଟି ପାଖରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ସମସ୍ତେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଖବର ପାଇ ସଙ୍ଗେ ସଙ୍ଗେ ଯାନବାଇ ମେଡିକାଲକୁ ନେଇଥିଲେ। ସେଠି ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ୧୩ ଜଣ ଆହତ ମାନଙ୍କର ଚିକିତ୍ସା ଚାଲିଛି।

Comments are closed.