www.samajalive.in
Tuesday, December 9, 2025
23.1 C
Bhubaneswar

ସମିତି ବୈଠକରେ ବିଭିନ୍ନ ଯୋଜନାର ସଫଳ ରୁପାୟନ ନେଇ ଆଲୋଚନା

କଲମପୁର: ଆଜି କଲମପୁର ସମିତି ସଭାଗୃହ ଠାରେ ପଂଚାୟତ ସମିତିର ବୈଠକ ଅନୁଷ୍ଟିତ ହୋଇଯାଇଛି। ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଆହ୍ୱାନ କ୍ରମେ ଅନୁଷ୍ଟିତ ଏହି ସମିତି ବୈଠକରେ ସମିତି ଅଧ୍ୟକ୍ଷା ମୋତି ବିହାରୀ ଅଧ୍ୟକ୍ଷତା କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି, ଉଦ୍ୟାନ କୃଷି, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ବଡକୁଟୃ ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ସମେତ ତୁରନ୍ତ ଥ୍ରୀ ଫେଜ ବିଦ୍ୟୁତ ସଂଯୋଗ ଆଦି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହାସହ ଗ୍ରାମ ପଂଚାୟତର ଉନ୍ନତିକରଣ କାର୍ଯ୍ୟକ୍ରମର ସଫଳ ରୁପାୟନ ନେଇ ଆଲୋଚନା କରିଥିଲେ। ନିକଟରେ ଜଣେ ସରପଂଚଙ୍କ ସ୍ୱାମୀ ସହ ଜନୈକ କନିଷ୍ଟ ଯନ୍ତ୍ରୀଙ୍କ ସହ ବିବାଦ ହେଇଛି, ଯାହାର ସମାଧାନ ହୋଇନଥିବାରୁ କିଛି ସରପଂଚ ସମିତି ବୈଠକକୁ ବର୍ଜନ କରି ଅନୁପସ୍ଥିତ ରହିଥିଲେ। ମତାନ୍ତର ଯୋଗୁଁ ଉପାଧ୍ୟକ୍ଷ ଚିନ୍ତାମଣଇ ବେହେରାଙ୍କ ସମେତ କିଛି ସମିତି ସଭ୍ୟ ସଭ୍ୟା ମାନେ ମଧ୍ୟ ବୈଠକରେ ଅନୁପସ୍ଥିତ ଥିଲେ। ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ କରୁଣାକର ବାଗ ଅଧିବେଶନର ବିବରଣି ଲିପିବଦ୍ଧ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖିତିସୁତା ମେହେର, ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗ, ମତ୍ସ୍ୟ ଚାଷ ଅଧିକାରୀ ମାନବେଶ ମହାପାତ୍ର, ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ପ୍ରତୀକ ଦାସ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର କନିଷ୍ଟ ଯନ୍ତ୍ରୀ ଦୁଖଃବନ୍ଧୁ ରାହୁଳ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସମେତ ଉନ୍ନୟନ ଦାଇତ୍ୱ ସମ୍ପାଦନରେ ଥିବା କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ବନ୍ଧରେ ସମିତିକୁ ଅବଗତ କରାଇଥିଲେ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories