ଆଞ୍ଚଳିକ କଳା ପରିଷଦ ତରଫରୁ ‘ବହି ପୂଜା’ କାର୍ଯ୍ୟକ୍ରମ

ଫୁଲବାଣୀ/ରାଇକିଆ: ଆସନ୍ତା ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ରାଇକିଆ ଆଞ୍ଚଳିକ କଳା ପରିଷଦ ତରଫରୁ ସାମାଜିକ ନାଟକ ପରିବେଷଣ କରାଯିବ। ଏଥି ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଆରଂଭ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ନାଟକ “କଳିଯୁଗ ତୋତେ ଦୁରୁ ଜୁହାର”ର ପୁସ୍ତକକୁ ନାଟ୍ୟ ପରିବେଷଣ ପାଇଁ ଉନ୍ମୋଚନ କରାଯାଇଛି। କମିଟି ସଭାପତି ସନ୍ତୋଷ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ବଣିକ ସଂଘ ସଭାପତି ପଦ୍ମଚରଣ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ବେହେରା, କୀର୍ତ୍ତନ ବେହେରା, ପୂଜା କମିଟି ସଭାପତି ନାରାୟଣ ମହାନ୍ତି, ଲକ୍ଷ୍ମୀ ପୂଜା କମିଟି ସଭାପତି ତ୍ରିପତି ସୁବୁଦ୍ଧିଙ୍କ ଉପସ୍ଥିତିରେ ରୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ନାଟକର ନାମ ଘୋଷଣା କରାଯାଇଥିଲା। ବରିଷ୍ଠ କଳାକାର ଭଗବାନ ପାତ୍ର ନିର୍ଦ୍ଦେଶନା ଓ ନାଟ୍ୟ ପରିଚାଳନା ଦାୟିତ୍ୱରେ ଥିବା ବେଳେ କାର୍ଯ୍ୟକ୍ରମକୁ କମିଟି ସଂପାଦକ ସୁରେନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ସୁଦର୍ଶନ ବେହେରା ସଂଯୋଜନା କରିଥିଲେ।

kalyan agarbati

Comments are closed.