ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସପ୍ତଦଶ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର: ପଦ୍ମପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତଦଶ ବାର୍ଷିକ ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ରବିବାର ଦିନ ଧୁମଧାମରେ ପାଳିତ ହୋଇ ଯାଇଛି। କାର୍ୟ୍ୟକ୍ରମରେ ଶିଶୁ ଵିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ଡ଼ ଅରୁଣ କୁମାର ମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସ୍ବୟଂ ସେବକ ଗଣେଶ ମାଳି, ଶିଶୁ ଵିଦ୍ୟାମନ୍ଦିର ପରିଚଳନା ସମିତି ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ରାଧାକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Comments are closed.