www.samajalive.in
Sunday, December 7, 2025
26.1 C
Bhubaneswar

ଭୂମିହୀନ ସହରବାସୀଙ୍କୁ ଜମି ଯୋଗାଇବା ନେଇ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ବୈଠକ

ଯାଜପୁର: ଯାଜପୁର ଜିଲାର ଭୂମିହୀନ ସହରବାସୀନ୍ଦାଙ୍କୁ ସରକାର ଜମି ଯୋଗାଇଦେବେ । ଏ ନେଇ ଏକ ବୈଠକ ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଜାଗା ମିଶନ ମାଧ୍ୟମରେ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳରେ ରହୁଥିବା ଭୂମିହୀନ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଯାଜପୁର ପୌରାଞ୍ଚଳର ୨୨ ଜଣ ଏବଂ ବ୍ୟାସନଗର ପୌରାଞ୍ଚଳର ୨୦୨୪ ଜଣଙ୍କ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଏଥିପାଇଁ ଆସନ୍ତା ୫ ତାରିଖରେ ସମସ୍ତ ଭୂମିହୀନ ମାନଙ୍କୁ ସେମାନଙ୍କର ପ୍ରମାଣପତ୍ର (ସାର୍ଟିଫିକେଟ) ପ୍ରଦାନ କରାଯିବ ବୋଲି ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକ ସୂଚନା ଦେଇଛନ୍ତି । ଏହି ପ୍ରମାଣପତ୍ର ପାଇଁ କୌଣସି ବ୍ୟକ୍ତି ବା ଅଧିକାରୀଙ୍କୁ କୌଣସି ଉତ୍କୋଚ ନ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories