ବସ ବଦଳରେ ହାଇୱା ଟ୍ରକକୁ ଜୋରିମାନା କଳା ପରିବହନ ବିଭାଗ

ପାଟଣା: ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖଣ୍ଟଘର ପଥକର ଫାଟକ ଦେଇ ଯାଇଥିବା ଏକ ଯାତ୍ରୀବାହି ବସର ଫିଟନେସ ନଥିବାରୁ ପରିବହନ ବିଭାଗ ଜୋରିମାନା ଲଗାଇବା ପରିବର୍ତ୍ତେ ମାଲିକ ଘର ଆଗରେ ୩ ମାସ ହେଲା ଇଞ୍ଜିନ କାମ ପାଇଁ ଠିଆ ହୋଇଥିବା ଏକ ହାଇୱା ଟ୍ରକକୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି। ଢେଙ୍କିକୋଟର ନିରଞ୍ଜନ ସାହୁଙ୍କ ହାଇୱା ଉପରେ ଏହି ଜୋରିମାନା ଲାଗିଛି। ନିରଞ୍ଜନଙ୍କ ହାଇୱାଟିର ଇଞ୍ଜିନ କାମ ସରିବା ପରେ ଆଜି ପରିବହନ କାର୍ଯ୍ୟାଳୟକୁ ଫିଟନେସ ପାଇଁ ଯାଇଛି। କୁହାଯାଇଛି କି ପଥକର ଫାଟକ ଦେଇ ଯାଇଥିବା ଯାତ୍ରୀବାହି ବସଟିରେ କୁଆଡେ ଏହି ହାଇୱା ନମ୍ବର ଲେଖା ଯାଇଥିଲା। ଯଦି ଏପରି ହୋଇଥାଏ ଏ ଦିଗରେ ବସ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। ଯଦି ଭୁଲରେ ହାଇୱା ଉପରେ ଜୋରିମାନା ଲଗା ଯାଇଛି ତେବେ ଏପରି ତ୍ରୁଟି କେମିତି ଘଟିଛି ବୋଲି ପ୍ରଶ୍ନ ଉଠିଛି।

Comments are closed.