ଉଚିତ ସମୟ ପୂର୍ବରୁ ମାଗଣା ବିହନ ଯୋଗାଇବାକୁ ଦାବି

ସମ୍ବଲପୁର: ମହିଳା ଜନ ସଂର୍ଘଷ ସମିତି ସମ୍ବଲପୁର ପକ୍ଷରୁ ସମ୍ବଲପୁର ସାମ୍ବାଦିକ ଭବନଠାରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏବେ ରାଜ୍ୟର ୧୭ ଗୋଟି ଜିଲ୍ଲାରେ ସଂଗଠନ କାର୍ୟ୍ୟ କରୁଥିବା ବେଳେ ଏବେ ସମ୍ବଲପୁର ଜିଲ୍ଲାର ରବି ଫସଲ ପାଇଁ ଚାଷୀଙ୍କୁ ମାଗଣାରେ ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ବିହନ ପ୍ରଦାନ ପାଇଁ ଦାବି କରାଯାଇଛି । ପୁର୍ବରୁ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇ ଏହି ଦାବିପୂରଣ ପାଇଁ ଅନୁରୋଧ କରାଯାଇଥିଲା । ତେବେ ବି ଦାବି ପୂରଣ ନ ହେବାରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଦାବିପୂରଣ ପାଇଁ ମହିଳା ଜନ ସଂର୍ଘଷ ସମିତି ସମ୍ବଲପୁର ପକ୍ଷରୁ ଆଜି ପୁଣି ଥରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି। ଏଥିରେ ଜିଲ୍ଲା ସଂଯୋଜକ ପରଦେଶୀ ମିଦ୍ଧାଙ୍କ ସମେତ ସଂଗଠନର ଅନ୍ୟ ସବୁ ବ୍ଳକର ସଂଯୋଜକ ମାନେ ଉପସ୍ଥିତ ଥିଲେ।

Comments are closed.