ଯୀଶୁଖ୍ରୀଷ୍ଟଙ୍କ ଧରା ଆଗମନ ପାଇଁ ସାକ୍ଷୀପଡ଼ା ଚର୍ଚ୍ଚାରେ କ୍ୟାରୋଲ

ସମ୍ବଲପୁର: ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଧରାଆଗମନ ଦିନ ଆସିବା ପୁର୍ବରୁ ଏବେଠୁ ତାକୁ ସ୍ୱ।ଗତ କରିବା ସହ ସେଲିବ୍ରସନ ଆରମ୍ଭ ହୋଇଯାଇଛି। ଏ ନେଇ ସମ୍ବଲପୁର ସହର ଓ ଆଖଆଖ ଅଞ୍ଚଳରେ ଥିବା ବିଭିନ୍ନ ଚର୍ଚ୍ଚ ଗୁଡିକୁ ନେଇ ଗଠିତ ସମ୍ବଲପୁର ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ସାକ୍ଷିପଡା କ୍ୟାଥୋଲିକ ଚର୍ଚ୍ଚ ଠାରେ ୧୫ତମ କ୍ରିସମସ କ୍ୟାରୋଲ ନାଇଟ୍ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଖ୍ରୀଷ୍ଟିଆନ୍ ଫୋରମ୍ ର ସଭାପତି ତଥା ବିସପ ନିରଞ୍ଜନ ସୁଆଲ ସିଂଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ରେଭେରେଣ୍ଡ ଲାମୁଏଲ ପଟ୍ଟନାୟକ,ଫାଷ୍ଟର ସୁରଜ୍ କରାଡ,ଜାଇବାନ୍ତ କାଣ୍ଡୁଲାନା, ଡକ୍ଟର ସ୍ମିତା ପଟ୍ଟନାୟକ, ସମ୍ବଲପୁର ଖ୍ରୀଷ୍ଟିଆନ ଫୋରମର ସମ୍ପାଦକ ଫାଦର ଅନିଲ କୁଜୁର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଧରାଆଗମନ ପୁର୍ବରୁ ଏଆକୁ ମିଳିତ ଭାବରେ ସ୍ୱ।ଗତ କରାଯାଇ ସ୍ୱତନ୍ତ୍ର କେକ୍ କଟାଯିବା ସହ ପ୍ରଭୁଙ୍କ ମହିମା ଉପରେ ଆଧାରିତ ପ୍ରବଚନ ସହ ବିଭିନ୍ନ ନୃତ୍ୟ,ଗୀତ ଓ ସଙ୍ଗୀତ କାର୍ୟ୍ୟକ୍ରମ ମାଧ୍ୟମରେ କ୍ୟାରୋଲ ନାଈଟ୍ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର, ବୁର୍ଲା, ହୀରାକୁଦ ସହର ସମେତ ଆଖପାଖ ଅଞ୍ଚଳରେ ବହୁ ଚର୍ଚ୍ଚର ପ୍ରତିନିଧି ଓ ଖ୍ରୀଷ୍ଟଧର୍ମି ମାନେ ଉପସ୍ଥିତ ଥିଲେ।

Comments are closed.