କେଶଦୁରାପାଳ: ଚୋରା କାଠ ଗାଡିରୁ ବଟିଆଦାୟ କରି ସାଇଁକୂଳ ପୁଲିସ ଚାଳକଙ୍କ ଏସପି କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡିଛି। ସାଇଁ କୁଳ କାଠ ମିଲରୁ ଏକ ଚୋରା କାଠ ବୋଝୋଇ ଗାଡି ଗୁରୁବାର ରାତି ରାଇରଙ୍ଗପୁରକୁ ଯାଉଥିବା ବେଳେ ହସନପୁର ଟୋଲ ଗେଟ ନିକଟରେ କିଛି ଯୁବକ ଗୋରୁ ଚାଲାଣ କରାଯାଉଥିବା ସଂଦେହରେ ଗାଡିକୁ ଅଟକାଇଥିଲେ। ହେଲେ ପରେ ଜଣାପଡିଥିଲା ଏ ସବୁ ଚୋରାକାଠ ବୋଲି ଏ ସଂପର୍କରେ ନିକଟସ୍ଥ ପୋଲିସ ଖବର ଦେଇଥିଲେ। ହେଲେ ଗାଡିକୁ ଧରିବା ପରିବର୍ତ୍ତେ ଜନୈକ ପୁଲିସ ଚାଳକ ପହଂଚି ଗାଡିକୁ ରଫା ଦଫା କରି ଦେଇଥିଲେ। ଏସଂର୍କରେ ଜଣାପଡିବା ପରେ ଉକ୍ତ ପୁଲିସ ଅଧିକାରୀ ଲିପୁନ କୁମାର ନାଥଙ୍କର ଏସ୍ ପି କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡିଛି।
Popular Categories



