www.samajalive.in
Sunday, December 7, 2025
26.1 C
Bhubaneswar

ଗଡ଼଼ିଲା ସମବାୟ ସଚେତନତା ରଥ

ସମ୍ବଲପୁର: ୭୦ତମ ସମବାୟ ସପ୍ତାହ ପାଳନ ଅବସରରେ ସମ୍ବଲପୁର ଜିଲାରେ ସମବାୟ ସଚେତନତା ରଥର ଶୁଭାରମ୍ଭ ମଙ୍ଗଳବାର ପୂର୍ବାହ୍ନରେ ହୋଇଯାଇଛି। ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି ସବୁଜ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲାର ପ୍ରତ୍ୟେକ ସମବାୟ ସମିତି ଗୁଡିକୁ ଯାଇ ସମବାୟ ସମିତି ଦ୍ୱାରା ଯୋଗାଇ ଦିଆଯାଉôବା ସୁବିଧା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ, ସୁଲଭ ଦରରେ କୀଟନାଶକ ଦ୍ରବ୍ୟ, ସାର, ବିହନ ଋଣ ଆଦି ସମ୍ବନ୍ଧରେ ସଚେତନ କରିବ। ସମବାୟ ଦ୍ୱାରା ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ଗୁଡିକୁ ନେଇ ଜନତାଙ୍କୁ ସଚେତନ କରିବା ସହିତ ଏହା ଦ୍ୱାରା ସାମଗ୍ରିକ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଧାରିବାରେ ସହଯୋଗ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ସମବାୟ ସମିତି ସମୁହର ଉପ ନିବନ୍ଧକ ଲିଙ୍ଗରାଜ ନାୟକ, ସହକାରୀ ନିବନ୍ଧକ ଅଜିତ ବଗର୍ତ୍ତୀ, ଉପ ସହକାରୀ ନିବନ୍ଧକ ସୁଶୀଲ କୁମାର ମିଶ୍ର, ପ୍ରଦ୍ୟୋତ ପଟ୍ଟନାୟକଙ୍କ ସମେତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏହି ରଥ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଜିଲାରେ ଜନତାଙ୍କୁ ସଚେତନ କରିବ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories