ମହାବିଦ୍ୟାଳୟ ସ୍ଥରୀୟ ବକୃତା ପ୍ରତିଯୋଗିତା

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆସନ୍ତା ଜାନୁୟାରୀ ୨ ତାରିଖରେ ହେବାକୁ ଥିବା ୫୮ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଶ୍ଵବିଦ୍ୟାଳୟ ପିଜି ବିଭାଗ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଚାନ୍ସଲର ଟ୍ରଫି ପୁରସ୍କାର ପାଇଁ ଆଜି ସିନେଟ ହଲ ଠାରେ ଇଂରାଜୀ ବକୃତା ‘ଭାରତରେ ଏକକ ନାଗରିକ ସଂହିତା ପ୍ରଚଳନ ଯାଥାର୍ଥ କି ‘ଶୀର୍ଷକ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପିଜି ବିଭାଗ ଏବଂ ମହାବିଦ୍ୟାଳୟର ୬୭ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବେ ଡ଼. ସାରଦା ପ୍ରସାଦ ସାହୁ, ଡ଼. ନେହା ପାଣ୍ଡେ, ଡ଼. ରିତୁ ତିବାରୀ ରହିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବ୍ରହ୍ମପୁର ଏସ ବି ଆର ଜି ମହିଳା ମହାବିଦ୍ୟାଳୟର ସୌମ୍ୟା ସୁଚରିତା ସାହୁ, ଦ୍ୱିତୀୟ ତେଜସ୍ୱିନୀ ମିଶ୍ର, ତୃତୀୟ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଆର. ଧବେଳଶ୍ୱର ରେଡି ଚୟନ ହୋଇଛନ୍ତି। ବିଶ୍ଵଵିଦ୍ୟାଳୟର ପ୍ରତିଷ୍ଠା ଦିବସରେ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି, ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମକୁ ଡ଼. ରଘୁନାଥ ପାତ୍ର, ଡ଼. ଶଙ୍କର ମାଝୀ, ଭଗବାନ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.