www.samajalive.in
Sunday, December 7, 2025
23.1 C
Bhubaneswar

କ୍ରୀଡ଼ା ପ୍ରତିଯୋଗିତା ଉଦ୍‌‌ଘାଟିତ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ସ୍ତରୀୟ ୬ଷ୍ଠ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓଟିଏମ କଲୋନୀ ସ୍ଥିତ ଗୋପବନ୍ଧୁ ଖେଳ ପଡ଼ିଆରେ ଅରମ୍ଭ ହୋଇଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକ କ୍ରୀଡା ସଂସଦ, ଚୌଦ୍ୱାରସ୍ଥିତ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ଓ ଶାଳଗାଁ ଷ୍ଟାର କ୍ଲବ ମିଳିତ ଆନୁକୁଲ୍ୟରେ ତଥା କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ଛତାରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଇମ୍ଫାର ଉପସଭାପତି ବିନୟ କୁମାର ଅଗ୍ରୱାଲା ଉଦ୍‌‌ଘାଟନ କରିଥିଲେ। ପଦ୍ମଶ୍ରୀ ଡ. ଉଚ୍ଛବ ଚରଣ ଦାସ, ଶରତ ଚନ୍ଦ୍ର ଖୁଣ୍ଟିଆ, କାଉନସିଲର ବିନୋଦିନୀ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ବିଷ୍ନୁଚରଣ ପରିଡ଼ା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ସଂପାଦକ ଅଶ୍ୱିନୀ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ଅନୁଷ୍ଠିତ ହେବାକୁ ଥିବା ମୋଟ ୮୬ଟି ବିଭାଗ ପାଇଁ ବ୍ଲକର ୧୦୪ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମୋଟ ୧୧୦୪ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯାଗିତା ୨ଦିନ ଧରି ଅନୁଷ୍ଠିତ ହେବ ବୋଲି ସଂସଦ ସଂପାଦକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି। ଭାସ୍କର ଚନ୍ଦ୍ର ରାଉତରାୟ, ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, ଭାସ୍କର ପ୍ରସାଦ ମହାପାତ୍ର, ସୁଜିତ୍‌‌ ଦାସ, ଅନ୍ତର୍ଜ୍ୟାମୀ ସାହୁ, କାହ୍ନୁ ଜେନା, ଦୀପକ ସେନାପତି, ମାନସ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories