ଜାତୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ କନ୍ଧମାଳର ଲମ୍ବୋଦର ମାଝୀ ମନୋନୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଲମ୍ବୋଦର ମାଝୀ ଜାତୀୟ ସ୍ତରରେ ୧୭ ବର୍ଷରୁ କମ୍ ବାଳକ ବିଭାଗ ଭଲିବଲ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୀନଗର ଠାରେ ୦୪.୧୧.୨୦୨୩ (ଶନିବାର) ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ସମ୍ଭାବ୍ୟ ଓଡ଼ିଶା ଦଳରେ ଲମ୍ବୋଦର ସ୍ଥାନ ପାଇଥିବାରୁ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି। ସାରା ରାଜ୍ୟରେ ଏସ୍. ଏସ୍. ଡି. ବିଭାଗରୁ ଏକମାତ୍ର ଛାତ୍ର ଭାବେ ମନୋନୀତ ହୋଇ କନ୍ଧମାଳ ଜିଲ୍ଲାର ନାମକୁ ଗୌରବାନ୍ଵିତ କରିଛନ୍ତି ଲମ୍ବୋଦର। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସାନ ଦୁଆକାେଲା ଗ୍ରାମର କୁଟିଆ କନ୍ଧ ସମ୍ପ୍ରଦାୟର ଜଣେ ସଫଳ କ୍ରୀଡାବିତ୍ ଲମ୍ବୋଦର। ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ କୃତିତ୍ୱ ହାସଲ କରିବା ସହ ଏବେ ଜାତୀୟସ୍ତରରେ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

kalyan agarbati

Comments are closed.