ଏସୟୁଜେ ଓଡ଼ିଶା କନ୍ଧମାଳ ଜିଲ୍ଲା ବୈଠକ ଓ ବନ୍ଧୁମିଳନ
ଫୁଲବାଣୀ: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା କନ୍ଧମାଳ ଜିଲ୍ଲାର ବୈଠକ ଓ ବନ୍ଧୁମିଳନ କାର୍ୟ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ୟ୍ୟକ୍ରମରେ ରାଜ୍ୟ ସଂଘର ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସୟୁଜେ ଓଡ଼ିଶା ର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ରାଜ୍ୟ ଉପସଭାପତି ସମରେଶ ମିଶ୍ର, ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପର୍ୟ୍ୟବେକ୍ଷକ ହେମାଙ୍ଗ ପ୍ରସାଦ ରାଉଳ, ରାଜ୍ୟ ଯୋଗାଯୋଗ ମୂଖ୍ୟ କାର୍ୟ୍ୟନିର୍ବାହୀ ଶଶିଭୂଷଣ ଷଡ଼ଙ୍ଗୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ଓ ସୁରକ୍ଷା ନିମନ୍ତେ ଏସୟୁଜେ କିପରି ଅହରହ କାର୍ୟ୍ୟ କରୁଛି ସେ ସମ୍ପର୍କରେ ସୂଚନା ରଖିଥିଲେ। ରାଜ୍ୟ କାର୍ୟ୍ୟକାରିଣୀ ସଭ୍ୟ ବିମଳ କୁମାର ନାୟକ ଜିଲ୍ଲା ଓ ରାଜ୍ୟରେ ସଂଗଠନର କାର୍ୟ୍ୟକ୍ରମ ନେଇ ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ସେ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଏକ ମାସ ମଧ୍ୟରେ ଜିଲ୍ଲା ର ନୂତନ କାର୍ୟ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
Comments are closed.