ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁକଚାନ୍ଦ ମାନ୍ନା ବିଦ୍ୟାଳୟ ଜିଲ୍ଲାସ୍ତରରେ ପ୍ରଥମ

ଧାମରା: ଧାମରା ନିକଟସ୍ଥ ସୁକଚାନ୍ଦ ମାନ୍ନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଭଦ୍ରକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଜି ଅନୁଷ୍ଠିତ ହୋଇଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସୁରଭିରେ ଏହି ବିଦ୍ୟାଳୟ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଦେବଜାନୀ ମହାପାତ୍ର, ସୁସ୍ମିତା ମାନ୍ନା, ସିମ୍ରନ ବେହେରା, ଗୌରୀ କର, ରସ୍ମିତା ମଣ୍ଡଳ, କନିକା ସାମନ୍ତ, କୋଏଲ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ଅଂଚଳ ପାଇଁ ଗର୍ବ ଗୌରବ ଆଣିଛନ୍ତି। ଏହି ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀ ଶଂଚିତା ଭୂୟାଁ ଭିନ୍ନକ୍ଷମ ଚିତ୍ରାଙ୍କନ ପ୍ରତିଯୋଗିତାରେ ମଧ୍ୟ ଜିଲ୍ଲାରେ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି।

kalyan agarbati

Comments are closed.