ଇନ୍ଦିରା ଗାନ୍ଧୀଙ୍କ ୩୯ତମ ବଳିଦାନ ଦିବସ ପାଳିତ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବସଷ୍ଟାଣ୍ଡ ନିକଟରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ୩୯ତମ ବଳିଦାନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ବଳିଦାନ ଦିବସରେ ପୂର୍ବତନ ସରପଞ୍ଚ ତଥା କଂଗ୍ରେସ ନେତା ଜୟଶଙ୍କର ମିଶ୍ର ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଉପରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ। ଏହି କାଯ୍ୟକ୍ରମରେ କୋରାପୁଟ ସାଂସଦଙ୍କ ପଦ୍ମପୁର ପ୍ରତିନିଧି ରାଜୀବ ଲୋଚନ ସାହୁ, କୁରାମଣୀ ଚୌଧୁରୀ, ଇଚୁ ସ୍ୱାମୀ, ରମେଶ ପଣ୍ଡା, ରାମାନନ୍ଦ ସାହୁ, ଅନିଲ ଚୌଧୁରୀ, ଜ଼ିଲ୍ଲା କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ତଥା ଜ଼ିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ମହେଶ ପାଟଖଣ୍ଡାଳ, ବିରନ ସାହୁ, ରଘୁ ମାଝୀ, ଯାକବ ପାଲକା ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଯୋଗଦାନ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

Comments are closed.