ପୁଲୁକେଶୁଣି ଯାତ୍ରା ଅବସରରେ ନାଟକ ମଞ୍ଚସ୍ଥ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଞ୍ଜୁ ଗ୍ରାମରେ ଆୟୋଜିତ ହେଉଥିବା ମାଁ ପୁଲୁକେଶୁଣି ଯାତ୍ରା ଅବସରରେ ଗ୍ରାମର ଶ୍ରୀ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ଅଢେ଼ଇ ଓଳିର ଅଚିହ୍ନା ସ୍ବାମୀ ନାଟକ ମଞ୍ଚସ୍ଥ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୁବକ ସଂଘର ସଭାପତି ଅକ୍ଷୟ କୁମାର ପାଢ଼ୀ ଅଧ୍ୟକ୍ଷତା କରିବା ସହ ଦୀର୍ଘ ୬୮ ବର୍ଷ ଧରି ଗ୍ରାମର ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ଦଶହରା ଅବସରରେ ମାଁ ପୁଲୁକେଶୁଣି ଯାତ୍ରା ଆୟୋଜନ ସହ ଗ୍ରାମର କଳାକାରଙ୍କ ଦ୍ବାରା ନାଟକ ପରିବେଷଣ କରାଯାଉଥିବା ପ୍ରକାଶ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଟ ଆଇନଜୀବୀ ପ୍ରଭାକର ସାବତ, ରଙ୍ଗେଇଲୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜିବ ଲୋଚନ ମିଶ୍ର ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Comments are closed.