୬୪ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ୬୪ତମ ପୁଲିସ ସହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ରିର୍ଜଭ ପୁଲିସ ପଡ଼ିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ଡ. ଦୀପକ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ଦେଶ ପାଇଁ ବଳିଦାନ ଦେଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସ୍ମୃତିଚାରଣ କରି ସେଥି ଉପରେ ଡ. ଦୀପକ କୁମାର ଆଲୋକପାତ କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, ଏସଡିପିଓ, ବିଭିନ୍ନ ଥାନାଧିକାରୀ ଓ ପୁଲିସ କର୍ମଚାରୀ ମାନେ ପୁଲିସ ସହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.