ଭବାନୀପାଟଣା: ସ୍ଥାନୀୟ ରେଲୱେ ଫାଟକ ନିକଟରେ ରେଳ ଲାଇନରେ ଏକ ମୃତ ଦେହ ଠାବ ହେଇଛି। ମୃତକ ରାମ ସାଗର ପଡାର ମୁନୁ ଯୋଶୀ (୪୦) ବୋଲି ଜଣାପଡିଛି। ଗତ ରାତିରେ କୌଣସି ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି। ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



