QNETIC – Mobile

ମୋବାଇଲ୍ ଟାୱାର୍ ନଥିବା ପଞ୍ଚାୟତ ରେଙ୍ଗଲୋଇ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଆଦିବାସୀ, ହରିଜନ ଓ ପଛୁଆବର୍ଗ ଅଧ୍ୟୁଷିତ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତ ହେଡକ୍ବାର୍ଟରରେ ଏପର୍ଯ୍ୟନ୍ତ କୌଣସି ବେସରକାରୀ କି ସରକାରୀ ସଂସ୍ଥାର ମୋବାଇଲ ଟାୱାର ନାହିଁ। ଫଳରେ ଜନସାଧାରଣ ଇଣ୍ଟରନେଟ ଓ ମୋବାଇଲ୍ ସେବା ପାଇଁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏ ଅଞ୍ଚଳ ପାଇଁ ଡିଜିଟାଲ ଇଣ୍ଡିଆ ଏକ ପ୍ରହସନ ପାଳଟିଛି। ବିଏସଏନଏଲ ସଂସ୍ଥା ପଙ୍ଗୁ ହୋଇ ପଡିଥିବା ବେଳେ ଲୋକେ ଟେଲି ଯୋଗାଯୋଗ କରୁଥିବା ଅନ୍ୟ ବେସରକାରୀ ନେଟୱାର୍କରୁ ଇଣ୍ଟରନେଟ ସେବା ପାଇବାକୁ ଆଶା ରଖିଥିଲେ। ତେବେ ବେସରକାରୀ ନେଟୱାର୍କ କମ୍ପାନୀ ମଧ୍ୟ ରେଙ୍ଗଲୋଇ ପଞ୍ଚାୟତକୁ ଉପେକ୍ଷା କରୁଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.