ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡ଼ା ଠାରେ ବିଶ୍ୱ ବାଳିକା ଦିବସ ପାଳନ ହୋଇଯାଇଛି। ସ୍ଥାନୀୟ ପଂଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବାଲନ୍ଦାପଡ଼ା ପଂଚାୟତର ସରପଂଚ ନିରାକାର ନାୟକ , ବାଲନ୍ଦାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଗୋପାଳ ଚନ୍ଦ୍ର ଡାକୁଆ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଫୁଲବାଣୀ ଇ-ଲାଇବ୍ରେରୀର ଶିବ ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ସାମ୍ପ୍ରତିକ ସମୟରେ ବାଳିକା ମାନଙ୍କର ସମାଜ ବିକାଶରେ ଭୂମିକା, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବାଳିକା ମାନଙ୍କର କୃତିତ୍ୱ ସଂପର୍କରେ ବିଶେଷ ଆଲୋକପାତ କରିଥିଲେ। ବାଳିକା ମାନଙ୍କୁ ବାଲ୍ୟ ବିବାହ, ବାଳିକା ଶିକ୍ଷା ପ୍ରତି ଥିବା ଗୁରରୁତ୍ୱହୀନତା ପରି ସାମାଜିକ କୁସଂସ୍କାର ଗୁଡିକ ବିରୋଧରେ ଲଢିବା ପାଇଁ ଆହ୍ୱାନ ଦେବା ସହିତ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ କୌଶଳ ଓ ଆତ୍ମନିର୍ଭରଶୀଳତା ଉପରେ ଆଲୋକପାତ କରିଥିଲେ। ସ୍ୱାତୀର କର୍ମୀ ମାନସ ରଂଜନ ଓ ବିନ୍ଧ୍ୟବାସିନୀ ବାଳିକା ମାନଙ୍କ ବିକାଶ ପାଇଁ ଗାଁ ଗାଁରେ ହୋଇଥିବା କିଶୋରୀ ବାଳିକା ସଂଘ, ବାଳିକା ମାନଙ୍କୁ ଜୀବନକୌଶଳ ତାଲିମ ଓ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
Popular Categories



