ଫାଟୁଆ ରୋଗ ନେଇ ଚିନ୍ତାରେ ଲୋକେ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଖଣ୍ଟଘର ପଞ୍ଚାୟତ ର କାଶିବେଡା ଗ୍ରାମରେ ଏବେ ଗାଈ ବଳଦ ମାନଙ୍କୁ ଫାଟୁଆ ରୋଗ ଆରମ୍ଭ ହୋଇଛି। ଅନେକ ଗାଈ ବଳଦ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଛି। ଫାଟୁଆ ରୋଗକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ ଆଜି ଢେଙ୍କିକୋଟ ପଶୁ ଚିକିତ୍ସା କେନ୍ଦ୍ର ପକ୍ଷରୁ କର୍ମଚାରୀ ସୁଜିତ କୁମାର ସେଠୀ ଗ୍ରାମରେ ପହଞ୍ଚି କିଛି ଗାଈ ବଳଦକୁ ଫାଟୁଆ ରୋଗ ପ୍ରତିଷେଧ ଟିକା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଢେଙ୍କିକୋଟ ପଶୁ ଚିକିତ୍ସା କେନ୍ଦ୍ରରେ ଡାକ୍ତର ନଥିବା କାରଣରୁ କିଛି ଦିନ ପୂର୍ବରୁ ଗ୍ରାମରେ ଲମ୍ପିସ୍କିନ ରୋଗରେ ବହୁ ଗାଈ ବଳଦ ଓ ବାଛୁରୀର ମୃତ୍ୟୁ ଘଟିଥିବା କାରଣରୁ ଲୋକ ମାନେ ଏବେ ପୁନର୍ବାର ଫାଟୁଆ ରୋଗକୁ ନେଇ ଚିନ୍ତାରେ ରହିଛନ୍ତି। ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।
Comments are closed.