QNETIC – Mobile

ଅତାବିରା ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ଯୁକ୍ତ ଦୁଇ ଓ ସ୍ନାତକ ଛାତ୍ର ଛାତ୍ରୀ ମାନେ କଲେଜର ଚତୁଃପାର୍ଶ୍ଵରେ ସଫା ସୁତୁରା କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଥିବା ବିଭିନ୍ନ ସ୍ଲୋଗାନ ସହ ସମବେତ ଭାବରେ ରାମଧୁନ ଗାନ କରିଥିଲେ। ଏଥିରେ କଲେଜର ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ପରମାନନ୍ଦ ରଥ, ସୂର୍ଯ୍ୟ ନାରାୟଣ ବିଶ୍ଵାଳ, ସରୋଜ ଦାଶ, ଅଧ୍ୟାପିକା ରିଙ୍କି ପ୍ରଧାନ, ଗିରିଜା ବରିହା, ଗାୟତ୍ରୀ ପାଣ୍ଡେ, ହୃଦାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ସ୍ବଚ୍ଛତା ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିବା ସହ ଉତ୍ସାହିତ କରିଥିଲେ।

Comments are closed.