ସ୍ୱଚ୍ଛତା ହିଁ ସେବା

ସମ୍ବଲପୁର: ବୈଦିକ ଇଣ୍ଟରନେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂକଳ୍ପ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀର ବାର୍ତା ‘ସ୍ୱଚ୍ଛତା ହିଁ ସେବା‘ ଏବଂ ‘ଏକ ଦିନ ଏକ ସମୟ ଏକ ଘଣ୍ଟା‘ କୁ ଛାତ୍ରଛାତ୍ରୀ ଅତି ଆଡମ୍ବର ସହ ମନାଇଛନ୍ତି। ଦେଶ ପାଇଁ ସମର୍ପିତ ଏହି ଦିନକୁ ସ୍କୁଲର ଛାତ୍ରଛାତ୍ରୀ ମାନେ ଇଷ୍ଟକୋଷ୍ଟ ରେଲୱେ, ସମ୍ବଲପୁର ଡିଭିଜନ ସହିତ ମିଳିତ ହୋଇ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ, ପୂର୍ବ ତଟ ରେଳ ବିଭାଗ ସହିତ ଜଡିତ ହୋଇ ଛାତ୍ରଛାତ୍ରୀ ମାନେ ସମ୍ବଲପୁରରେ ହୀରାକୁଦ (ବୁର୍ଲା) ସ୍ଥିତ ରାଇଟ ଡାଇକ ଅଂଚଳ ଏବଂ କ୍ଷେତରାଜପୁର ସ୍ଥିତ ରେଳ ଷ୍ଟେସନ କୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ଭାରତକୁ ଉନ୍ନତ ତଥା ପରିଷ୍କାର କରିବା ପାଇଁ ସେମାନେ ସଂକଳ୍ପ ନେଇଥିଲେ ଏବଂ ଯୋଗଦାନ ପାଇଁ ଅତ୍ୟଧିକ ଉତ୍ସାହିତ ଥିଲେ। ଛାତ୍ରଛାତ୍ରୀଙ୍କ ଏ ପ୍ରକାର ଦେଶପ୍ରୀତି ଏବଂ କାର୍ୟ୍ୟକୁ ବିଦ୍ୟାଳୟର ସମସ୍ତ ଶିକ୍ଷ୍ୟକଗଣଙ୍କ ସହ ପ୍ରଧାନାଚାର୍ୟ୍ୟ ଶ୍ରୀଯୁକ୍ତ ସୁବ୍ରତ କୁମାର ଷଡ଼ଙ୍ଗୀ ଏବଂ ବୈଦିକ ଗ୍ରୁପ ଅଫ ଇନ୍ଷ୍ଟିଟ୍ୟୁସନ୍ସର ଚେୟାରମେନ ଆନନ୍ଦ ଅଗ୍ରୱାଲ ଅତ୍ୟନ୍ତ ଖୁସିବ୍ୟକ୍ତ ହୋଇ ଅଭିନନ୍ଦନ ଜଣାଇଥିଲେ।
Comments are closed.